Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପାଇଁ ପୁଣି ଏକ ଖୁସି ଖବର। ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ହୋଇଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଗତକାଲି ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କାଙ୍କୁ ମଧ୍ୟ ଜାତୀୟ ମହିଳା ହକି ଦଳ ଉପ ଅଧିନାୟକ ଦାୟିତ୍ଵ ମିଳିଛି। ଫଳରେ ପୁଣିଥରେ ଜାତୀୟ ହକି ଟିମ୍‌ରେ ଓଡ଼ିଆଙ୍କ ଦବ୍‌ଦବା ଦେଖିବାକୁ ମିଳିଛି।

ମନପ୍ରୀତ ସିଂହ ପୂର୍ବଭଳି ପୁରୁଷ ହକି ଦଳର ଅଧିନାୟକ ପଦ ଦାୟିତ୍ୱରେ ରହିଥିବା ବେଳେ ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତି ସିଂହ ଉଭୟ ଟୁର୍ଣ୍ଣାମେଣ୍ଟରେ ଉପ ଅଧିନାୟକ ଦାୟତ୍ୱ ତୁଲାଇବେ ବୋଲି ମଙ୍ଗଳବାର ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ପୁରୁଷ ହକି ଟିମ୍‌ରେ ବୀରେନ୍ଦ୍ର ଲାକ୍ରାଙ୍କ ବ୍ୟତୀତ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ରହିଛନ୍ତି। ସେ ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ବୀରେନ୍ଦ୍ର ଲାକ୍ରାଙ୍କର ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ। ୨୦୧୬ରେ ସେ ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିଲେ।

ଗତକାଲି ଭାରତୀୟ ମହିଳା ହକି ଦଳର ଉପ ଅଧିନାୟକ ଭାବେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ନିଯୁକ୍ତି ମିଳିଥିଲା। ରାଣୀ ରାମପଲ ପୂର୍ବଭଳି ମହିଳା ଦଳର ଅଧିନାୟିକତ୍ୱ ଅଲିମ୍ପିକ୍ସରେ କରିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

The post ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images