Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସୋସିଆଲ ମିଡିଆ ବିଜ୍ଞାପନରୁ ଅର୍ଡର କରୁଛନ୍ତି କି? –ହୋମ୍ ଡେଲିଭରି ନାଁରେ ଟଙ୍କା ଲୁଟୁଛନ୍ତି ସାଇବର ଅପରାଧୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆସୁଥିବା ବିଜ୍ଞାପନରୁ ଅର୍ଡର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସତର୍କ। କାହିଁକି ନା ସାଇବର ଅପରାଧୀମାନେ ଏବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜାଲି ନମ୍ଵର ଦେଇ ଅନେକ ଲୋଭନୀୟ ଅଫର ପ୍ରଚାର କରୁଛନ୍ତି। ହୋମ୍ ଡେଲିଭରି ନାଁରେ ସାଧାରଣ ଲୋକଙ୍କୁ ଠକୁଛନ୍ତି ଏହି ଅପରାଧୀମାନେ। ତେଣୁ ସୋସିଆଲ ମିଡିଆରେ ଆସୁଥିବା ବିଜ୍ଞାପନଗୁଡ଼ିକରୁ ଅର୍ଡର କରିବା ପୂର୍ବରୁ ତାହାକୁ ଭଲଭାବେ କ୍ରସ୍ ଚେକ୍ କରିବାକୁ ସାଇବର ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

କେବଳ ବିଶ୍ଵସନୀୟ ଏବଂ ରେପୁଟେଡ୍ ଇ-କମର୍ସ ଓ୍ଵେବସାଇଟ୍‌ରୁ ଅର୍ଡର କରିବାକୁ ସାଇବର ପୋଲିସ ପକ୍ଷରୁ କୁହାଯାଇଛି।ମୋବାଇଲ୍ ଉପକରଣଠାରୁ ନେଇ ଫ୍ୟାସନ୍ ସବୁ ରକମର ଜିନିଷକୁ ରିହାତି ମୂଲ୍ୟରେ ବିକ୍ରି ପାଇଁ ଫେସ୍‌ବୁକ୍, ଇନ୍‌ଷ୍ଟଗ୍ରାମ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜାଲି ବିଜ୍ଞାପନ ଦେଉଛନ୍ତି ସାଇବର ଅପରାଧୀମାନେ। ଏଥିରେ ଜିନିଷ ରିହାତିରେ ଯୋଗାଇ ଦେବା ସହ ମାଗଣା ହୋମ୍ ଡେଲିଭରିର ସୁବିଧା ମଧ୍ୟ ରହୁଛି, ଯାହାକୁ ଦେଖି ଲୋକମାନେ ଅନ୍‌ଲାଇନ୍ ଜରିଆରେ ଟଙ୍କା ଦେଇ ଜିନିଷ ଅର୍ଡର କରିଦେଉଛନ୍ତି।ଏହାପରେ ସେ ନମ୍ଵରକୁ ଯୋଗାଯୋଗ କଲେ ସେଭଳି କିଛି ନମ୍ଵର ହିଁ ନଥିବା ଜଣାପଡୁଛି। ସେହିପରି ପରେ ସୋସିଆଲ ମିଡିଆରେ ସେହି ସାଇଟ୍‌ର କିଛି ତଥ୍ୟ ମଧ୍ୟ ମିଳୁନାହିଁ। ତେଣୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏପରି ଅଜଣା ସାଇଟ୍ କିମ୍ଵା ନମ୍ଵରରୁ କିଛି ଅର୍ଡର କରିବା ପୂର୍ବରୁ ଭଲଭାବେ ତାହାକୁ କ୍ରସ୍ ଚେକ୍ ଅର୍ଡର କରିବାକୁ ସାଇବର ପୋଲିସ ପରାମର୍ଶ ଦେଇଛି।

The post ସୋସିଆଲ ମିଡିଆ ବିଜ୍ଞାପନରୁ ଅର୍ଡର କରୁଛନ୍ତି କି? – ହୋମ୍ ଡେଲିଭରି ନାଁରେ ଟଙ୍କା ଲୁଟୁଛନ୍ତି ସାଇବର ଅପରାଧୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles