Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ –୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୪ ଘଣ୍ଟାରେ ରାଜ୍ୟରୁ ୨,୯୫୭ ନୂଆ ପଜିଟିଭ୍ ଚିହ୍ନଟ
  • ଆଜି ରାଜ୍ୟରୁ ୩୮ଟି କୋଭିଡ୍ ମୃତ୍ୟୁ ରେକର୍ଡ
  • ମୋଟ୍ ସଂକ୍ରମିତ ସଂଖ୍ୟା ୮,୮୩,୪୯୦
  • ୩,୬୭୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କରୋନାଜନିତ ଲକ୍‌ଡାଉନ୍, ସଟ୍‌ଡାଉନ୍ ମଧ୍ୟରେ ରାଜ୍ୟର କରୋନା ଗ୍ରାଫ୍ ଏବେ ଖସିବାରେ ଲାଗିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨ ହଜାର ୯୫୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ୧,୬୯୮ ଜଣ ଥିବା ବେଳେ ଲୋକାଲ୍ କେସ୍ ରହିଛି ୧,୨୫୯।oxygen_covid19_indiaଗୋଟିଏ ପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟାରେ ରୋକ୍ ଲାଗୁନାହିଁ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୮ଟି କୋଭିଡ୍ ମୃତ୍ୟୁ ରେକର୍ଡ ହୋଇଛି।

ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୭୨ ଜଣ, ଅନୁଗୁଳରୁ ୧୧୦ ଜଣ, ବାଲେଶ୍ଵରରୁ ୨୪୭ ଜଣ, କେନ୍ଦ୍ରାପଡ଼ାରୁ ୧୧୬ ଜଣ, ଜଗତସିଂହପୁରରୁ ୧୦୩ ଜଣ ନୂଆ ପଜିଟିଭ୍ ବାହାରିଛନ୍ତି। ଏଥିସହିତ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ରେ ପହଞ୍ଚିଛି। ରାଜ୍ୟରେ ଏଯାଏଁ ୮ ଲକ୍ଷ ୪୪ ହଜାର ୮୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେହିପରି ରାଜ୍ୟରେ ଏଯାଏଁ ୩ ହଜାର ୬୭୧ ଜଣଙ୍କ ଜୀବନ ନେଲାଣି କରୋନା। ଅନ୍ୟପଟେ ରାଜ୍ୟରେ ଏବେ ୩୪ ହଜାର ୯୬୫ଟି କରୋନାର ସକ୍ରିୟ କେସ୍ ରହିଛି।

The post ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ – ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ appeared first on OdishaLIVE.


Viewing all articles
Browse latest Browse all 11715

Trending Articles