ଓଡ଼ିଶାଲାଇଭ୍ ବ୍ୟୁରୋ
‘‘କରୋନା ମହାମାରୀ ପାଇଁ ଆମେ ସମସ୍ତେ ଘରେ ରହିଛୁ। ଭାଇ ଭଉଣୀମାନଙ୍କ ସହ ସମୟ ବିତାଉଛୁ। ଘରୁ ବାହାରକୁ ଯିବା ବେଳେ ମାସ୍କ ବ୍ୟବହାର କରୁଛୁ ଏବଂ ଘରକୁ ଆସିଲେ ୨୦ ସେକେଣ୍ଡ ଯାଏଁ ହ୍ୟାଣ୍ଡୱାସ୍ରେ ହାତ ଧୋଉଛୁ। ଆମ ସାହି ପଡ଼ିଶା ଏବଂ ଗାଁରେ ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ପାଳନ କରିବା ନେଇ ସଚେତନ କରୁଛି’’, କେତେ ନୂଆ ବାଟ ଅଡିଓ ଏବଂ ଭିଡିଓ ସିରିଜରେ ଭାଗନେଇ କହିଛନ୍ତି ମାଲକାନଗିରିର ହେମାଶ୍ରୀ ଖମାରୀ।
କୋଭିଡ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ମିଳିତ ଉଦ୍ୟମରେ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି। ଏହି ଅଭିଯାନରେ ସାମିଲ ହୋଇ ହେମାଶ୍ରୀ ନିଜର ଅନୁଭୂତି ସମ୍ପର୍କରେ କହିଛନ୍ତି।ସରକାରଙ୍କ ସମସ୍ତ ନିୟମ ଯେପରିକି, ବାହାରକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ ଏବଂ ସାନିଟାଇଜର ତଥା ସାବୁନରେ ବାରମ୍ବାର ହାତ ଧୋଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ହେମାଶ୍ରୀ।
ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜନ୍ ୨। ଏଥିରେ କୋଭିଡ ହିରୋଙ୍କ କାହାଣୀ, ପିଲାଙ୍କ ସ୍ୱର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।
ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।
The post ମାଲକାନଗିରିର କିଶୋରୀ ହେମାଶ୍ରୀ ଖମାରୀଙ୍କ କୋଭିଡ ଡାଏରି appeared first on OdishaLIVE.