Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା କଟକଣା –ଏଥର ବି ବିନା ଭକ୍ତରେ ହେବ ରଥଯାତ୍ରା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା
  • କରୋନା ପାଇଁ ଏଥର ବିନା ଭକ୍ତରେ ହେବ ରଥଯାତ୍ରା
  • କେବଳ ପୁରୀକୁ ଛାଡ଼ି ବାକି ସବୁଠି ରଥଯାତ୍ରା ବନ୍ଦ
  • ଦୁଇ ଡୋଜ୍ ଟିକା ନେଇଥିବା ସେବାୟତ ହେବେ ସାମିଲ
  • ଆରଟି-ପିସିଆର ନେଗେଟିଭ୍ ଥିବା ସେବାୟତଙ୍କୁ ମିଳିବ ଅନୁମତି

କରୋନା ମହାମାରୀ ମଧ୍ୟରେ ରଥଯାତ୍ରା ଆୟୋଜନ ନେଇ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗତ ବର୍ଷ ପରି ଏବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ। ଗୁରୁବାର ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।

ଏଥର ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେବ। ଏହି ସମୟରେ ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସେହିପରି ଯେଉଁ ସେବାୟତମାନଙ୍କ ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ହେବ କିମ୍ଵା ଦୁଇଟି ଡୋଜ୍ ଟିକା ନେଇଥିବେ ସେମାନେ ରଥଯାତ୍ରାରେ ସାମିଲ ହୋଇପାରିବେ।ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ କରିବାକୁ ବାରଣ କରାଯାଇଥିବା ବେଳେ ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି କରାଯାଇ ପାରିବ ବୋଲି ଏସଆରସି କହିଛନ୍ତି।

ଜୁଲାଇ ୧୨ ତାରିଖରେ ରଥଯାତ୍ରା। ଏଥିପାଇଁ ବଡ଼ ଦାଣ୍ଡରେ ଏବେ ରଥ ନିର୍ମାଣ କାର୍ଯ୍ୟ ଜୋର ସୋରରେ ଚାଲିଛି। ବିଗତ ବର୍ଷଗୁଡ଼ିକ ପରି ଏବର୍ଷ ମଧ୍ୟ ଠିକ୍ ସମୟରେ ରଥ ନିର୍ମାଣ ଶେଷ ହେବ ବୋଲି ମହାରଣା ସେବାୟତ କହିଛନ୍ତି।

କରୋନା ପ୍ରଥମ ଲହର ବେଳେ ଗତବର୍ଷ ରଥଯାତ୍ରା କିପରି ହେବ ତାକୁ ନେଇ ବାଦ ବିବାଦ ଦେଖାଦେଇଥିଲା। ଶେଷରେ ଓଡ଼ିଶାବାସୀଙ୍କ ଭାବାବେଗକୁ ଗୁରୁତ୍ଵ ଦିଆଯାଇ କେବଳ ଶ୍ରୀକ୍ଷେତ୍ର ପୁରୀରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ହୋଇଥିଲା। ଏହି ସମୟରେ ପୁରୀ ସହରରେ କର୍ଫ୍ୟୁ ଲଗାଯାଇଥିଲା, ପୁରୀବାସୀମାନେ ମଧ୍ୟ କଟକଣା ମାନି ଘରେ ରହି ରଥଯାତ୍ରାକୁ ସଫଳତାର ସହ ଆୟୋଜନ କରିବାରେ ସହଯୋଗ କରିଥିଲେ।

The post କରୋନା କଟକଣା – ଏଥର ବି ବିନା ଭକ୍ତରେ ହେବ ରଥଯାତ୍ରା appeared first on OdishaLIVE.


Viewing all articles
Browse latest Browse all 11715

Trending Articles