Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଘରେ ରହି ବ୍ୟାୟାମ କରନ୍ତୁ, ନିଜକୁ ଫିଟ୍ ରଖନ୍ତୁ –ହକି ଖେଳାଳି ଅମିତ ରୋହିଦାଶ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍-୧୯ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଛି। ଭାରତୀୟ ଖେଳ ଜଗତ ମଧ୍ୟ ଏଥିରେ ବେଶ୍ ପ୍ରଭାବିତ ହୋଇଛି। କେତେ ନୂଆ ବାଟ ମିଡିଆ କ୍ୟାମ୍ପେନରେ ଯୋଗ ଦେଇ ଭାରତୀୟ ହକି ଖେଳାଳି ଅମିତ ରୋହିଦାଶ କୋଭିଡ୍‌ରୁ କିପରି ସୁରକ୍ଷିତ ରହିବା ଏବଂ ଏହି ସମୟରେ ନିଜକୁ କିଭଳି ପ୍ରସ୍ତୁତ କରିବା ସେନେଇ ନିଜ ବାର୍ତ୍ତା ଦେଇଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

‘‘କୋଭିଡ୍‌ ମହାମାରୀ କବଳରେ ସାରାବିଶ୍ୱ। ଗୋଟେପଟେ କୋଭିଡ୍‌ ସଂକ୍ରମିତ ସୁସ୍ଥ ହେଉଥିବା ବେଳେ ଗୋଟେପଟେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପାଳନ କରନ୍ତୁ। ଘରେ ରହିବାକୁ ଚେଷ୍ଟା କରନ୍ତୁ। ଅତି ଆବଶ୍ୟକସ୍ଥଳେ ଘରୁ ବାହାରକୁ ବାହାରନ୍ତୁ ଏବଂ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ ଓ କୋଭିଡ୍‌ ଟିକା ନିଶ୍ଚୟ ନିଅନ୍ତୁ।’’ କହିଛନ୍ତି ଭାରତୀୟ ହକି ଖେଳାଳି ଅମିତ ରୋହିଦାଶ।

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି। ଏହି ଅଭିଯାନରେ ସାମିଲ ହୋଇ ଭାରତୀୟ ହକି ଖେଳାଳି ଅମିତ ରୋହିଦାଶ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ‘‘କୋଭିଡ୍‌ ସାଧାରଣ ଜୀବନକୁ ଯେଉଁଭଳି ଭାବେ ପ୍ରଭାବିତ କରିଛି, ଖେଳ ଜଗତକୁ ମଧ୍ୟ ସମାନ ପ୍ରଭାବ ପକାଇଛି। କୋଭିଡ୍‌ ଯୋଗୁଁ ବର୍ତ୍ତମାନ ସମୟରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇପାରୁ ନାହିଁ। ଫଳରେ ଆମେ ଖେଳାଖେଳି କରିପାରୁନାହୁଁ ଏବଂ ଏହା କୋଉଠି ନା କୋଉଠି ଆମ ପାଇଁ ଅସୁବିଧା ସୃଷ୍ଟି କରୁଛି।’’

ଏହି ସମୟରେ ଘରେ ରହି ବ୍ୟାୟାମ କରିବାକୁ ଓ ନିଜକୁ ଫିଟ୍‌ ରଖିବାକୁ ପରାମର୍ଶ ଦେଇଛନ୍ତି ଅମିତ।

ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ କୋଭିଡ ହିରୋଙ୍କ କାହାଣୀ, ପିଲାଙ୍କ ସ୍ୱର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।

The post ଘରେ ରହି ବ୍ୟାୟାମ କରନ୍ତୁ, ନିଜକୁ ଫିଟ୍ ରଖନ୍ତୁ – ହକି ଖେଳାଳି ଅମିତ ରୋହିଦାଶ appeared first on OdishaLIVE.


Viewing all articles
Browse latest Browse all 11715

Trending Articles