Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଟିକା ପାଇଁ ଆଗୁଆ ସ୍ଲଟ୍ ବୁକିଙ୍ଗ ଆଉ ଜରୁରୀ ନୁହେଁ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟିକାକରଣ ପଦ୍ଧତିରେ କୋହଳ କରାଯାଇଛି। ଏବେ ଟିକା ପାଇଁ ଆଉ ଆଗୁଆ ସ୍ଲଟ୍ ବୁକିଙ୍ଗ କରିବାକୁ ପଡିବ ନାହିଁ। କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଆଗରୁ ବୁକିଙ୍ଗ କରିବା ବ୍ୟବସ୍ଥାକୁ କୋହଳ କରିଛନ୍ତି ସରକାର।ସ୍ମାର୍ଟଫୋନ୍ ନଥିବା ଅଞ୍ଚଳ କିମ୍ବା ଇଣ୍ଟରନେଟ୍‌ର ବ୍ୟବହାର ଜାଣିନଥିବା ଲୋକେ, ପରିଚୟପତ୍ର ନଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି। ଗତ ୭ ତାରିଖରେ କେନ୍ଦ୍ର ସରକାର ଟିକାକରଣ ନିୟମକୁ କୋହଳ କରିବା ପରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏସମ୍ପର୍କରେ ସୂଚନା ଦେଇଛନ୍ତି।ଯେଉଁମାନେ ଇଣ୍ଟରନେଟ୍‌ର ବ୍ୟବହାର ଜାଣିନାହାନ୍ତି ବା ଯେଉଁମାନଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ ସେମାନେ ଏଣିକି ଟିକାକରଣ କେନ୍ଦ୍ରକୁ ଯାଇ ସିଧା ସଳଖ ଟିକା ନେଇପାରିବେ। ଏପରିକି ଭିନ୍ନକ୍ଷମ ଓ ବୟୋଜ୍ୟେଷ୍ଠ ଲୋକଙ୍କ ଘରେ ପହଞ୍ଚି କରୋନା ଟିକା ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

The post ଟିକା ପାଇଁ ଆଗୁଆ ସ୍ଲଟ୍ ବୁକିଙ୍ଗ ଆଉ ଜରୁରୀ ନୁହେଁ appeared first on OdishaLIVE.


Viewing all articles
Browse latest Browse all 11715

Trending Articles