Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଗତ ୨୪ଘଣ୍ଟାରେ ଦେଶରୁ ବାହାରିଲେ ୯୨ହଜାର ପଜିଟିଭ୍‌, ୨୨୧୯ମୃତ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ପାଇଁ ଆସ୍ୱସ୍ତିକର ଖବର। ଦେଶରେ ଏବେ ଦୈନିକ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨ହଜାର ୫୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୨ହଜାର ୨୧୯ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨କୋଟି ୯୦ଲକ୍ଷ ୮୯ହଜାର ୦୬୯ ଓ ମୃତ୍ୟୁସଂଖ୍ୟା ୩ଲକ୍ଷ ୫୩ହଜାର ୫୨୮ରେ ପହଞ୍ଚିଛି। ଏବେ ଦେଶରେ ୧୨ଲକ୍ଷ ୩୧ହଜାର ୪୧୫ଆକ୍ଟିଭ କେସ୍‌ ରହିଛି। ସେହିପରି ୨୪ ଘଣ୍ଟାରେ ୧ଲକ୍ଷ ୬୨ହଜାର ୬୬୪ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୨କୋଟି ୭୫ଲକ୍ଷ ୦୪ହଜାର ୧୨୬ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୨୩କୋଟି ୯୦ଲକ୍ଷ ୫୮ହଜାର ୩୬୦ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। ଏଯାବତ୍‌ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

The post ଗତ ୨୪ଘଣ୍ଟାରେ ଦେଶରୁ ବାହାରିଲେ ୯୨ହଜାର ପଜିଟିଭ୍‌, ୨୨୧୯ମୃତ appeared first on OdishaLIVE.


Viewing all articles
Browse latest Browse all 11715

Trending Articles