Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ –ଦିନକରେ ଚିହ୍ନଟ ହେଲେ ୬ହଜାର ୦୧୯ ପଜିଟିଭ୍‌, ୪୩ ମୃତ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୬ହଜାର ୦୧୯ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୩୩୯୭ ଜଣ ହୋଇଥିବାବେଳେ, ୨୬୨୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ସର୍ବାଧିକ ୪୩ ଜଣଙ୍କ ଜୀବନ ନେଇଛି କରୋନା।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୫୩୧ ଜଣ ଓ ସୁନ୍ଦରଗଡ଼ରୁ ୨୮୩ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୩୫, ବରଗଡ଼ରୁ ୧୨୨, ବାଲେଶ୍ୱରରୁ ୨୮୬, ଯାଜପୁରରୁ ୪୦୬, ସମ୍ବଲପୁରରୁ ୧୩୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୮ଲକ୍ଷ ୩୧ହଜାର ୧୨୯ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୮ହଜାର ୮୩୬ ଜଣଙ୍କୁ ମିଶାଇ ସମୁଦାୟ ୭ଲକ୍ଷ ୫୬ହଜାର ୬୪୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୭୧ହଜାର ୩୧୨ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୪୩ ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ୪ଜଣ, ବାଲେଶ୍ୱରରୁ ଜଣେ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଭୁବନେଶ୍ୱରରୁ ତିନି ଜଣ ଲେଖାଏଁ, କଟକରୁ ଚାରି ଜଣ, ଢେ଼ଙ୍କାନାଳରୁ ଜଣେ, ଗଞ୍ଜାମରୁ ଦୁଇ ଜଣ, ଝାରସୁଗୁଡ଼ାରୁ ଚାରି ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ଦୁଇ ଜଣ, କେରାପୁଟରୁ ଜଣେ, ମୟୂରଭଞ୍ଜରୁ ଦୁଇ ଜଣ, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ, ପୁରୀରୁ ଦୁଇ ଜଣ, ସୁନ୍ଦରଗଡ଼ରୁ ଚାରି ଜଣ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।

The post ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ – ଦିନକରେ ଚିହ୍ନଟ ହେଲେ ୬ହଜାର ୦୧୯ ପଜିଟିଭ୍‌, ୪୩ ମୃତ appeared first on OdishaLIVE.


Viewing all articles
Browse latest Browse all 11715

Trending Articles