Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନୂତନ ନିର୍ବାଚନ କମିସନର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ଭାରତର ନୂତନ ନିର୍ବାଚନ କମିସନର ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏନେଇ କେନ୍ଦ୍ର ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ୧୯୮୪ ବ୍ୟାଚର ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ ହେଉଛନ୍ତି ଅନୁପ ଚନ୍ଦ୍ର ପାଣ୍ଡେ। ସେ ୨୦୧୯ ଫେବୃଆରୀରେ ଅବସର ଗ୍ରହଣ କରିଥିଲେ।ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରାଙ୍କ ଅବସର ପରେ ୩ ଜଣିଆ କମିସନରରେ ଗୋଟିଏ ପଦ ଖାଲିଥିଲା। ଏବେ ସୁଶୀଲ ଚନ୍ଦ୍ର ମୁଖ୍ୟ ନିର୍ବାଚନ କମିସନର ଥିବା ବେଳେ ରାଜୀବ କୁମାର ଅନ୍ୟତମ ନିର୍ବାଚନ କମିସନର ଅଛନ୍ତି।

ଅନୁପ ଚନ୍ଦ୍ର ପାଣ୍ଡେ ୧୫ ଫେବୃଆରୀ ୧୯୫୯ରେ ପଞ୍ଜାବର ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ସେ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଇତିହାସରେ ପିଏଚଡି ମଧ୍ୟ କରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ କାମ କରିଥିବା ଅବସରପ୍ରାପ୍ତ ଆଇଏଏସ୍ ଅନୁପ ଚନ୍ଦ୍ର ପାଣ୍ଡେ ୩୭ ବର୍ଷ ଧରି ଉତ୍ତରପ୍ରଦେଶରେ ବିଭିନ୍ନ ପଦବୀରେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ୨୦୧୯ ଅଗଷ୍ଟ ୨୯ରେ ସେ ୟୁପି ମୁଖ୍ୟ ସଚିବ ପଦରୁ ଅବସର ନେଇଥିଲେ।

The post ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନୂତନ ନିର୍ବାଚନ କମିସନର appeared first on OdishaLIVE.


Viewing all articles
Browse latest Browse all 11715

Trending Articles