Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଘରୋଇ ଆମ୍ଵୁଲାନ୍ସ ଭଡ଼ା ପାଇଁ ଦର ନିର୍ଦ୍ଧାରଣ କଲେ ରାଜ୍ୟ ସରକାର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭଳି ମହାମାରୀ ସମୟରେ ରୋଗୀ ସେବାରେ ନିୟୋଜିତ ଆମ୍ଵୁଲାନ୍ସଗୁଡ଼ିକ ଲୋକଙ୍କଠାରୁ ମନଇଚ୍ଛା ଭଡ଼ା ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଆମ୍ଵୁଲାନ୍ସଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି। ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସଗୁଡ଼ିକ ପାଇଁ ଏହି ଦର ନିର୍ଦ୍ଧାରଣ କରିଛନ୍ତି ସରକାର। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପରିବହନ ବିଭାଗର ବିଜ୍ଞପ୍ତି ଅନୁସାରେ ମାରୁତି ଓମନି, ଟାଟା ମ୍ୟାଜିକ୍ କିମ୍ଵା ମାରୁତି ଇକୋ ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିଲୋମିଟର ମଧ୍ୟରେ ରୋଗୀ ପରିବହନ ପାଇଁ ଭଡ଼ା ବାବଦକୁ ୭୫୦ ଟଙ୍କା ଦେବାକୁ ପଡ଼ିବ। ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିଲୋମିଟର ପିଛା ୧୦୦୦ ଟଙ୍କା ଭଡ଼ା ଦେବାକୁ ପଡ଼ିବ।

ସେହିପରି ବୋଲେରୋ ଭଳି ମଧ୍ୟମ ବର୍ଗର ଆମ୍ବୁଲାନ୍ସ ୧୦ କିଲୋମିଟର ଭଡ଼ା ବାବଦକୁ ୧୦୦୦ ଟଙ୍କା ଏବଂ ଲାଇଫ୍ ସପୋର୍ଟ ଥିଲେ ୧୦ କିଲୋମିଟରକୁ ୧୫୦୦ ଟଙ୍କା ନିଆଯିବ।ଏଥିସହ ୱିଙ୍ଗର, ଟ୍ରାଭେଲର କିମ୍ଵା ଟାଟା ୪୦୭ ଭଳି ବଡ଼ ଆମ୍ବୁଲାନ୍ସ ପାଇଁ ୧୦ କିଲୋମିଟରକୁ ୧୨୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ସେହିପରି ସାଧାରଣ ଲାଇଫ ସପୋର୍ଟ ବ୍ୟବସ୍ଥା ଥିଲେ ୨୦୦୦ ଟଙ୍କା ଏବଂ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିଲୋମିଟରକୁ ୩୦୦୦ ଟଙ୍କା ଦେବାକୁ ପଡ଼ିବ।

କେବଳ ପ୍ରଥମ ୧୦ କିଲୋମିଟର ପାଇଁ ଉପରୋକ୍ତ ଭଡ଼ା ନିର୍ଦ୍ଧାରଣ ହୋଇଥିବା ବେଳେ ପରବର୍ତ୍ତୀ କିଲୋମିଟର ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

The post ଘରୋଇ ଆମ୍ଵୁଲାନ୍ସ ଭଡ଼ା ପାଇଁ ଦର ନିର୍ଦ୍ଧାରଣ କଲେ ରାଜ୍ୟ ସରକାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles