Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆନ୍ଧ୍ର ସରକାରଙ୍କ ଘୋଷଣା – କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ମିଳିବ ୧୫ହଜାର ଟଙ୍କା ସହାୟତା ରାଶି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଏଣିକି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ, ସେମାନଙ୍କ ଶବ ସତ୍କାର ପାଇଁ ପରିବାର ସଦସ୍ୟଙ୍କୁ ମିଳିବ ୧୫ହଜାର ଟଙ୍କା ସହାୟତା ରାଶି। ଏହି ରାଶି ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦିଆଯିବ। ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ। ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳୀୟ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା।କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣରେ ଆନ୍ଧ୍ରପ୍ରଦେଶ ଅଧିକ ପ୍ରଭାବିତ ହୋଇଛି। ତଥ୍ୟ ଅନୁସାରେ ପ୍ରତ୍ୟେକ ଦିନ ରାଜ୍ୟରୁ ୨୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିପରି ଭାବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ୧୫୦ ରୁ ଅଧିକ ରହୁଛି। ଦୈନିକ ସଂକ୍ରମଣକୁ ଦେଖି, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ଏଯାବତ୍ ରାଜ୍ୟରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍‌ର ଅଭାବ ରହିଥିବା ଦେଖିବାକୁ ମିଳୁଛି।ରାଜ୍ୟରେ ଏଭଳି ଦୟନୀୟ ପରିସ୍ଥିତିକୁ ଦେଖି, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଶବ ସତ୍କାର ପାଇଁ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବାକୁ ୧୩ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଆନ୍ଧ୍ରର ବିଶାଖାପାଟଣା, ଚିତୁର, ପୂର୍ବ ଓ ପଶ୍ଚିମ ଗୋଦାବରୀ, କୁର୍ଣ୍ଣଲରେ ପ୍ରତ୍ୟେକ ଦିନ ୨ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ମେ’ ୨୦ରୁ ଆନ୍ଧ୍ରପ୍ରଦେଶର ସମସ୍ତ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିବା ନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା।

The post ଆନ୍ଧ୍ର ସରକାରଙ୍କ ଘୋଷଣା – କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ମିଳିବ ୧୫ହଜାର ଟଙ୍କା ସହାୟତା ରାଶି appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images