Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୧,୮୨୧ ଜଣ, ସୁନ୍ଦରଗଡ଼ରୁ ସର୍ବାଧିକ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ଥି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର ରାଜ୍ୟରୁ ୧୧ ହଜାର ୮୨୧ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧,୦୬୪ ଅଧିକ ରହିଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧,୯୨୧ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାପରେ ଖୋର୍ଦ୍ଧାରୁ ୧୫୯୬ ଜଣ, କଟକରୁ ୧୦୫୨ ଜଣ, କଳାହାଣ୍ଡିରୁ ୫୭୫ ଜଣ, ଅନୁଗୁଳରୁ ୫୬୨ ଜଣ, ସମ୍ଵଲପୁରରୁ ୫୩୩ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ବରଗଡ଼ରୁ ୪୭୫ ଜଣ, ଝାରସୁଗୁଡ଼ାରୁ ୪୪୨ ଜଣ, ପୁରୀରୁ ୪୩୩ ଜଣ, ବଲାଙ୍ଗୀରରୁ ୩୧୮ ଜଣ, ନବରଙ୍ଗପୁରରୁ ୩୧୬ ଜଣ, କେନ୍ଦୁଝରରୁ ୩୧୫ ଜଣ, ବୌଦ୍ଧରୁ ୨୭୮ ଜଣ ବ୍ୟକ୍ତି କରୋନା ଯୁଦ୍ଧରେ ଜିତିଛନ୍ତି। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶତାଧିକ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।

ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩କୁ ବୃଦ୍ଧି ପାଇଛି।

The post ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୧,୮୨୧ ଜଣ, ସୁନ୍ଦରଗଡ଼ରୁ ସର୍ବାଧିକ appeared first on OdishaLIVE.


Viewing all articles
Browse latest Browse all 11715

Trending Articles