Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ସଂକ୍ରମଣ ବୃଦ୍ଧି ପାଇଁ ନୂଆପଡ଼ାରୁ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋBus-kolkata bus

କରୋନାର ଦ୍ୱିତୀୟ ଲହରି ରାଜ୍ୟବାସୀଙ୍କୁ ଡରାଇବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆପଡ଼ାବାସୀଙ୍କୁ ଛତିଶଗଡ଼ ଯିବାକୁ ବାରଣ କରାଯାଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ସଂକ୍ରମଣ ବ୍ୟାପୁଥିବାରୁ ବସ୍ ଚଳାଚଳ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ନୂଆପଡ଼ାବାସୀ ପଡ଼ୋଶୀ ରାଜ୍ୟକୁ ଜିନିଷ କିଣାବିକା କରିବା ପାଇଁ ଯାଇଥାନ୍ତି। ତେଣୁ ଜିଲ୍ଲାରେ କରୋନା ସଂକ୍ରମଣର ମାତ୍ରା ବୃଦ୍ଧି ପାଉଛି। ଲୋକମାନଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଉଛି।”

ଜିଲ୍ଲାରେ କରୋନା ସ୍ଥିତି ଉପରେ ନଜର ରଖି, ଅଧିକ ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଦିନ ହେବ ନୂଆପଡ଼ା ଜିଲ୍ଲାରୁ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ନୂଆପଡ଼ା ଜିଲ୍ଲାରୁ ୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ମାର୍ଚ୍ଚ ୨୯ ରେ ୩୬ ଜଣ, ୨୮ତାରିଖରେ ସର୍ବାଧିକ ୪୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।

The post କରୋନା ସଂକ୍ରମଣ ବୃଦ୍ଧି ପାଇଁ ନୂଆପଡ଼ାରୁ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ appeared first on OdishaLIVE.


Viewing all articles
Browse latest Browse all 11715

Trending Articles