Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଜି ରାଜ୍ୟରୁ ୨୧୮ କରୋନା ପଜିଟିଭ୍ ଚିହ୍ନଟ, ବରଗଡ଼ରୁ ସର୍ବାଧିକ ୩୪ ଜଣ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ମଙ୍ଗଳବାର ରାଜ୍ୟରୁ ୨୧୮ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନରୁ ୧୨୯, ଲୋକାଲେ କେସ୍ ୮୯
  • ମୋଟ୍ ସଂକ୍ରମଣ ୩,୪୦,୬୨୦ ଛୁଇଁଲା

ଓଡ଼ିଶାରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ମଙ୍ଗଳବାର ରାଜ୍ୟର ୨୪ଟି ଜିଲ୍ଲା ଏବଂ ଷ୍ଟେଟ ପୁଲ୍‌ରୁ ୨୧୮ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୧୨୯ଟି କେସ୍ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୮୯। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବରଗଡ଼ ପରେ ନୂଆପଡ଼ାରୁ ୨୯ ଜଣ, ସୁନ୍ଦରଗଡ଼ରୁ ୨୬ ଜଣ, ଖୋର୍ଦ୍ଧାରୁ ୨୫ ଜଣ ଏବଂ କଟକରୁ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟସବୁ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମଣ ୩ ଲକ୍ଷ ୪୦ ହଜାର ୬୨୦ରେ ପହଞ୍ଚିଛି। ସେହିପରି ଏଯାବତ୍ ୩ ଲକ୍ଷ ୩୬ ହଜାର ୮୦୯ରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୮୩୭ଟି କରୋନାର ସକ୍ରିୟ କେସ୍ ରହିଛି।

The post ଆଜି ରାଜ୍ୟରୁ ୨୧୮ କରୋନା ପଜିଟିଭ୍ ଚିହ୍ନଟ, ବରଗଡ଼ରୁ ସର୍ବାଧିକ ୩୪ ଜଣ appeared first on OdishaLIVE.


Viewing all articles
Browse latest Browse all 11715

Trending Articles