Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେପି –ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ସାମିଲ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋbjp

ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି। ଏହି ପ୍ରଚାରକମାନେ ହେବାକୁ ଥିବା ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ। ବିଜେପିର ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ସାମିଲ ହୋଇଛନ୍ତି।

ପିପିଲି ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଆଶ୍ରିତ ପଟ୍ଟନାୟକ। ଏନେଇ ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା ସାମିଲ ରହିଛନ୍ତି।

ଏଥିସହ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ସାଂସଦ ଜୁଏଲ ଓରାମ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଶେଶ୍ୱର ଟୁଡୁ, କେ ଭି ସିଂହ ଦେଓ, ବିଜେପି ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ଅପରାଜିତା ଷଡଙ୍ଗୀ, ଜୟନାରାୟଣ ମିଶ୍ର, ସୁରମା ପାଢୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, ବିଷ୍ଣୁ ଚରଣ ସେଠୀ, ଖାରବେଳ ସ୍ୱାଇଁ, ଅଶ୍ୱିନୀ ବୈଷ୍ଣବ, ପ୍ରକାଶ ମିଶ୍ର, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀତମ ଦାସ, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଅନୁ ଚୌଧୁରୀ ରହିଛନ୍ତି।

ପିପିଲି ଉପନିର୍ବାଚନ ପାଇଁ ଏପ୍ରିଲ ୧୭ରେ ଭୋଟ ଗ୍ରହଣ ହେବାକୁଥିବାବେଳେ, ମେ’ ୨ରେ ପ୍ରକାଶ ପାଇବ ଫଳାଫଳ। ଚଳିତ ବର୍ଷ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି।

The post ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେପି – ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ସାମିଲ appeared first on OdishaLIVE.


Viewing all articles
Browse latest Browse all 11715

Trending Articles