ଓଡ଼ିଶାଲାଇଭ୍ ବ୍ୟୁରୋ![]()
ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବର୍ଦ୍ଧିତ ସଂକ୍ରମଣକୁ ନେଇ ରାଜ୍ୟରେ ସରକାରୀ ସ୍କୁଲ ବନ୍ଦ ହେବାନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେ କହିଛନ୍ତି, “ଏବେ ବନ୍ଦ ହେବନି ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଠପଢ଼ା। ରାଜ୍ୟରେ କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏସଓପି ପାଳନ କରାଯାଇ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠ ପଢ଼ାଯାଉଛି । ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ସରକାରୀ ଶିକ୍ଷାନୁଷ୍ଠାନରୁ ଚିହ୍ନଟ ହୋଇନାହିଁ।”
ସେ ଆଉ ମଧ୍ୟ କହିଛନ୍ତି, ସରକାରୀ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ କୌଣସି ନିଷ୍ପତ୍ତି ହୋଇନାହିଁ। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ।
କିଛି ଦିନ ହେବ ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଚିହ୍ନଟ ହେଉଛନ୍ତି କରୋନା ପଜିଟିଭ୍। ତେଣୁ ଖୋଲାଯାଇଥିବା ଶିକ୍ଷାନୁଷ୍ଠାନ ବନ୍ଦ କରାଯାଉବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା। କରୋନା ପାଇଁ ନବମ ଓ ଏକାଦଶ ପାଠପଢ଼ାରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
The post କରୋନା ପାଇଁ ବନ୍ଦ ହେବନି ନବମ ଓ ଏକାଦଶ ପାଠପଢ଼ା – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ appeared first on OdishaLIVE.