Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ – ପିସିସି ସଭାପତି କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଗୁରୁବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ଗୋଷ୍ଠୀ ଜଗତସିଂହପୁରର ହୋଇଥିବା ସୂଚନା ମିଳିଛି । ଆଜି କଂଗ୍ରେସ ଭବନରେ ଓବିସି ସେଲର ବୈଠକ ଚାଲିଥିବା ସମୟରେ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ ଆଜି କଂଗ୍ରେସ ଭବନରେ ଏକ ବୈଠକ ଡାକିଥିଲେ। ଏଥିରେ ଯୋଗ ଦେଇଥିଲେ ଜଗତସିଂହପୁରର ଦୁଇ ଗୋଷ୍ଠୀ। ବିଷ୍ଣୁ ବାରିକ ଦଳ ବିରୋଧୀ କାମ କରୁଥିବା ଅଭିଯୋଗ କରି, ଗୋଟିଏ ଗୋଷ୍ଠୀ ପୋଷ୍ଟର ଚିରିବା ଆରମ୍ଭ କରିଥିଲା। ଏହାକୁ ବିରୋଧ କରିଥିଲେ ବିଷ୍ଣୁ ବାରିକଙ୍କ ସମର୍ଥକ। ପରେ ଏହି ଦୁଇ ଗୋଷ୍ଠୀଙ୍କ ଭିତରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଏଥିସହ ବିଷ୍ଣୁ ବାରିକଙ୍କୁ ଗୋଟିଏ କୋଠରୀ ଭିତରେ ଭର୍ତ୍ତି କରି କବାଟ ବନ୍ଦ କରିଦେଇଥିବା ମଧ୍ୟ ଶୁଣିବାକୁ ମିଳୁଛି।

ଅନ୍ୟପଟେ ଆଜି ଦେଖାଦେଇଥିବା ଗୋଷ୍ଠୀ କନ୍ଦଳକୁ ନେଇ ପିସିସି ସଭାପତି କହିଛନ୍ତି ଯେ, ତଦନ୍ତ ପରେ ବିଶୃଙ୍ଖଳା କରାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଧାୟକ ସୁର ରାଉତରାୟ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ଥିତିରେ ସୁଧାର ଆସିଥିଲା।

The post କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ – ପିସିସି ସଭାପତି କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ appeared first on OdishaLIVE.


Viewing all articles
Browse latest Browse all 11715

Trending Articles