Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କାଞ୍ଜିପାଣି ଘାଟି ସାଜିଛି ମରଣ ଯନ୍ତା – ସପ୍ତାହେ ମଧ୍ୟରେ ଘଟିଲାଣି ୨ ବସ୍ ଦୁର୍ଘଟଣା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦୁଝର କାଞ୍ଜିପାଣି କୁସୁମ ଘାଟି ସାଜିଛି ମରଣ ଯନ୍ତା। ପୂର୍ବରୁ ଏହି ସ୍ଥାନରେ ଅନେକ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିଲା ବେଳେ ଏହି ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ବସ୍‌ ଦୁର୍ଘଟଣା ଘଟିଲାଣି। ୬ ଦିନ ତଳେ ଏକ ଯାତ୍ରୀବାହୀ ବସ୍‌ ଏହି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ପୁଣି ଆଉ ଏକ ବରଯାତ୍ରୀ ବସ୍‌ ଘାଟିରେ ଓଲଟି ପଡ଼ିଛି।

୨୦ ଜଣ ବରଯାତ୍ରୀଙ୍କୁ ନେଇ ଫେରିବା ବେଳେ କେନ୍ଦୁଝର କାଞ୍ଜିପାଣି କୁସୁମ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସ୍ନେହା ସଫାରୀ ନାମକ ଏକ ଘରୋଇ ବସ୍ ଢେଙ୍କିକୋଟରୁ ରାଉରକେଲା ଫେରୁଥିଲା ବେଳେ ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସୌଭାଗ୍ୟ ବଶତଃ ଏକ ଗଛରେ ବସ୍‌ଟି ଲାଗି ଯିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର ଜାରି ରଖିଛନ୍ତି।

୬ ଦିନ ପୂର୍ବରୁ ସେହି ସମାନ ସ୍ଥାନରେ ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଅଳ୍ପକେ ପ୍ରାୟ ୪୦ ଜଣ ଯାତ୍ରୀ ବର୍ତ୍ତି ଯାଇଥିଲେ।

The post କାଞ୍ଜିପାଣି ଘାଟି ସାଜିଛି ମରଣ ଯନ୍ତା – ସପ୍ତାହେ ମଧ୍ୟରେ ଘଟିଲାଣି ୨ ବସ୍ ଦୁର୍ଘଟଣା appeared first on OdishaLIVE.


Viewing all articles
Browse latest Browse all 11715

Trending Articles