Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କାଲି ଭାରତ ବନ୍ଦ –ହେବ ଚକାଜାମ୍, ସ୍ଵାଭାବିକ ରହିବ ଜରୁରୀ ସେବା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • କାଲି ବନ୍ଦ ରହିବ ସବୁ ଦୋକାନ ବଜାର
  • ଖୋଲା ରହିବ ପେଟ୍ରୋଲ ପମ୍ପ, ଔଷଧ ଦୋକାନ

କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ଆଇନରେ ବାରମ୍ଵାର ପରିବର୍ତ୍ତନକୁ ବିରୋଧ କରି ଫେବ୍ରୁଆରି ୨୬ରେ ଭାରତ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟୀ ସଂଘ। ଓଡ଼ିଶାରେ ଏହି ବନ୍ଦକୁ ସଫଳ କରିବା ପାଇଁ ଆସନ୍ତା କାଲି ରାଜ୍ୟର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଆହ୍ଵାନ ଦିଆଯାଇଛି। ଏନେଇ ବୁଧବାର ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ଏକ ସାମ୍ଵାଦିକ ସମ୍ମିଳନୀ ଯୋଗେ ସୂଚନା ମିଳିଛି।

ଏହି ବନ୍ଦ ସମୟରେ ରାଜ୍ୟରେ କେବଳ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଯେପରି କି ରାସ୍ତା କଡ଼ର ଠେଲାଗାଡ଼ି ଦୋକାନଠୁ ନେଇ ବଡ଼ ବଡ଼ ଦୋକାନ ବଜାର ଆଦି ବନ୍ଦ ରଖାଯିବ। ସେହିପରି ମେଡିସିନ ଦୋକାନ ଏବଂ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ।

“କେନ୍ଦ୍ର ସରକାର ଜିଏସ୍‌ଟି ଆଇନରେ ବାରମ୍ଵାର ପରିବର୍ତ୍ତନ କରିବା ଏବଂ ଆହୁରି ଅନେକ ବ୍ୟବସ୍ଥା ଫଳରେ ବ୍ୟବସାୟୀମାନେ ବେଶ୍ ପ୍ରଭାବିତ ହେଉଛନ୍ତି। ଏଥିପାଇଁ ଫେବ୍ରୁଆରି ୨୬ରେ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। କିନ୍ତୁ ବନ୍ଦ ସମୟରେ ଯେପରି ସାଧାରଣ ଲୋକଙ୍କର ଅସୁବିଧା ନ ହୁଏ ଏଥିପାଇଁ ସମସ୍ତ ଜରୁରୀ ସେବା ସ୍ଵାଭାବିକ ରହିବ। କେବଳ ସମସ୍ତ ଦୋକାନ ବଜାର ବନ୍ଦ ରଖି ଆଇନରେ ସୁଧାର ଆଣିବାକୁ ବ୍ୟବସାୟୀ ସଂଘ ସରକାରଙ୍କୁ ଦାବି କରିବ”, କହିଛନ୍ତି ଓଡ଼ିଶା ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା।

୨୦୧୭ ମସିହା ଜୁଲାଇ ୧ ତାରିଖରେ କେନ୍ଦ୍ର ସରକାର ସାରା ଭାରତରେ ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବାକର ଆଇନ (GST)କୁ ପ୍ରବର୍ତ୍ତନ କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ପ୍ରାୟ ୯୫୦ ଥରରୁ ଅଧିକା ଥର ପରିବର୍ତ୍ତନ କରାଯାଇଛି। ଫଳରେ ଏହାର ମୂଳ ସ୍ୱରୂପ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ତେଣୁ ଏହା ଏକ ବ୍ୟବସାୟୀ ତଥା ଜନସାଧାରଣ ବିରୋଧୀ ଆଇନରେ ପରିଣତ ହୋଇଥିବା ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।ସଂଘର ଅଭିଯୋଗ ଅନୁସାରେ ଜିଏସ୍‌ଟି ଅଧୀନରେ ଯଦି ଜଣେ ପଞ୍ଜୀକୃତ ବ୍ୟବସାୟୀ ଅନ୍ୟ ଜଣେ ପଞ୍ଜୀକୃତ ବ୍ୟବସାୟୀଙ୍କ ସହ କାରବାର କରନ୍ତି, ତେବେ ପ୍ରଥମ ବ୍ୟବସାୟୀଜଣକ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଟିକସ ଅନ୍ୟ ବ୍ୟବସାୟୀଙ୍କୁ ଦେଇଥାନ୍ତି। କିନ୍ତୁ ଯଦି ଉକ୍ତ ବ୍ୟବସାୟୀ ଟିକସକୁ ଠିକ୍ ସମୟରେ ସରକାରଙ୍କ ପାଖରେ ପୈଠ ନ କରନ୍ତି, ତେବେ ପ୍ରଥମ ବ୍ୟବସାୟୀଙ୍କୁ ପୁଣିଥରେ ଏହି ଟିକସ ଭରିବାକୁ ପଡ଼େ। ଫଳରେ ବ୍ୟବସାୟୀଙ୍କୁ ଦୁଇଥର ଟିକସ ଦେବାକୁ ପଡ଼ିଥାଏ।

ସେହିପରି ଅନଲାଇନ ବ୍ୟବସାୟ ଉପରେ ଆଜି ପର୍ଯ୍ୟନ୍ତ ସରକାର କୌଣସି ନିର୍ଦ୍ଦିଷ୍ଟ ଆଇନ ପ୍ରବର୍ତ୍ତନ କରିନାହାନ୍ତି। ଫଳରେ ଅନଲାଇନ କମ୍ପାନିମାନେ ଅଫଲାଇନ୍ ବ୍ୟବସାୟୀଙ୍କ ବ୍ୟବସାୟ ବନ୍ଦ କରିବା ପାଇଁ ନାନା ପ୍ରକାର ଚକ୍ରାନ୍ତ କରି ଗ୍ରାହକମାନଙ୍କୁ ଭ୍ରମିତ କରୁଛନ୍ତି। ଖାଦ୍ୟ ନିରାପତ୍ତା ମାନ ଆଇନ (F S S A I)ରେ ପ୍ରତ୍ୟେକ ବର୍ଷ ନୂଆ ଭାବେ ଲାଇସେନ୍ସ ନେବା ପାଇଁ ନିର୍ଦ୍ଦିଷ୍ଟ ତାରିଖରୁ ବିଳମ୍ବ ହେଲେ ବ୍ୟବସାୟୀମାନଙ୍କୁ ଦୈନିକ ୧୦୦ ଟଙ୍କା ଜରିମାନା ଦେବାର ନିୟମ ରହିଛି। ତେଣୁ ସରକାରଙ୍କ ଏହି କଠୋର ନିୟମଗୁଡ଼ିକୁ ବିରୋଧ କରି  ବ୍ୟବସାୟୀ ସଂଘ କାଲି ଭାରତ ବନ୍ଦ ଡାକରା ଦେଇଛି।

The post କାଲି ଭାରତ ବନ୍ଦ – ହେବ ଚକାଜାମ୍, ସ୍ଵାଭାବିକ ରହିବ ଜରୁରୀ ସେବା appeared first on OdishaLIVE.


Viewing all articles
Browse latest Browse all 11715

Trending Articles