ଓଡ଼ିଶାଲାଇଭ୍ ବ୍ୟୁରୋ![online class]()
ଅନଲାଇନରେ ହେବ ଯୁକ୍ତ-୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ କ୍ଲାସ। ୨୦୨୧-୨୨ ଶିକ୍ଷା ବର୍ଷର ଛାତ୍ରଛାତ୍ରୀ ମାର୍ଚ୍ଚ ପହିଲାରୁ ଅନଲାଇନରେ ପଢ଼ିବେ ପାଠ। ପୁଣିଥରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଫିଜିକାଲ କ୍ଲାସକୁ ଅନୁମତି ଦିଆଯାଇ ନାହିଁ। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱ ବିଦ୍ୟାଳୟର କୂଳପତିମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ଗତ ଦୁଇମାସ ଭିତରେ ସ୍ୱାଭାବିକ ରହିଛି। ତେଣୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବାକୁ ଭାବୁଥିବାବେଳେ, ଏବେକା ପରିସ୍ଥିତିକୁ ନଜରରେ ରଖି, କେବଳ ଅନଲାଇନରେ କ୍ଲାସ କରିବାକୁ ନିଷ୍ପତ୍ତି ନିଆଯାଇଛି।
କରୋନା କଟକଣା ପାଇଁ ଦୀର୍ଘ ୧୦ମାସ ବ୍ୟବଧାନ ପରେ ଜାନୁଆରି ୧୧ରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲାଯାଇଥିଲା। କରୋନା କଟକଣା ଭିତରେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଫିଜିକାଲ କ୍ଲାସ କରିବାକୁ ଅନୁମତି ମିଳିଥିଲା। ସେହିଭଳି ଫେବ୍ରୁଆରୀ ୧୦ରୁ ପିଜି ପ୍ରଥମ ଓ ୟୁଜି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଯାଇଛି।
The post ମାର୍ଚ୍ଚ ପହିଲାରୁ ଆରମ୍ଭ ଯୁକ୍ତ ୩ ପ୍ରଥମ ବର୍ଷର କ୍ଲାସ – ଅନଲାଇନରେ ହେବ ପାଠପଢ଼ା appeared first on OdishaLIVE.