ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପରେ ଏବେ ବୟସ୍କମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି। ଏନେଇ ବୁଧବାର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିସନରମାନଙ୍କୁ ଚିଠି ଲେଖିଛନ୍ତି ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ସ୍ଵାସ୍ଥ୍ୟ ବିଭାଗର ଚିଠି ଅନୁସାରେ ରାଜ୍ୟରେ ଅଧିକ ସଂଖ୍ୟକ ବୟସ୍କ ଥିବାରୁ ସେମାନଙ୍କ ଟିକାକରଣ ପାଇଁ ଟିକା କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ କରାଯିବାକୁ ସରକାର କହିଛନ୍ତି। ସପ୍ତାହରେ ୫ ଦିନ ଟିକାକରଣ ବ୍ୟବସ୍ଥା କରାଯିବ। ଏଥିପାଇଁ ରାଜ୍ୟର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ମେଡିକାଲ କଲେଜ ଆଦିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏଥିସହ ସବ୍ଡିଭିଜଲ ହସ୍ପିଟାଲ, ସିଏଚ୍ସି, ପିଏଚ୍ସି ଆଦିରେ ଟିକା କେନ୍ଦ୍ର ହେବ। ସେହିପରି ଟିକାକରଣକୁ ସହଜରେ କରାଇବା ପାଇଁ ସବୁ ବ୍ଲକରେ ୬ରୁ ୭ଟି ଟିକାକରଣ ମୋବାଇଲ ଭ୍ୟାକ୍ସିନେସନ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଟିକାକରଣରେ ସ୍ଥାୟୀ ଏଏନଏମ୍ଙ୍କୁ ନିଯୁକ୍ତି ଦିଆଯିବନି। ଫେବ୍ରୁଆରି ୨୮ ସୁଦ୍ଧା ଟିକାକରଣ ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି।
The post ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ କରୋନା ଟିକା – ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ appeared first on OdishaLIVE.