Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କୋରାପୁଟର ଡୁଡୁମା, ଦେଓମାଳି, ଶାବର ଶ୍ରୀକ୍ଷେତ୍ର –ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଥିଲେ ଆପଣଙ୍କ  କୋରାପୁଟର ବିଭିନ୍ନ ସ୍ଥାନକୁ ବୁଲି ଯାଇପାରିବେ।

ସତେଜ ସବୁଜ ବନାନୀରେ ଭିତରେ ରହିଛି କୋରାପୁଟ ଜିଲ୍ଲା। ଜଙ୍ଗଲ, ଜଳପ୍ରପାତ ଏବଂ ଝରଣାରେ ପରିଶୋଭିତ ଏହି ଜିଲ୍ଲା ପ୍ରକୃତି ପ୍ରେମୀ ମଣିଷଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏହି ଜିଲ୍ଲାରେ ଥିବା ଅନେକ ପର୍ଯ୍ୟଟନସ୍ଥଳମାନଙ୍କ ମଧ୍ୟରୁ ଡୁଡୁମା, ଗୁପ୍ତେଶ୍ୱର, ଦେଓମାଳି, ସୁନାବେଡ଼ା, ଶାବର ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ରତା ରହିଛି, ଯାହାକି ପର୍ଯ୍ୟଟଙ୍କୁ ଏହି ଜିଲ୍ଲାକୁ ଟାଣି ଆଣିଥାଏ।

ଡୁଡୁମା

ଏହି ଜଳପ୍ରପାତ ପୁରାଣପ୍ରସିଦ୍ଧ ମତ୍ସ୍ୟତୀର୍ଥ ଭାବେ ପରିଚିତ। ଏହା ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରୁ ଅନ୍ୟତମ। ଏଠାରେ ମାଛକୁଣ୍ଡ ହାଇଡ୍ରୋ ଇଲେକ୍ତ୍ରିକ୍ ପାଓ୍ୱାର ପ୍ରୋଜେକ୍ଟଦ୍ୱାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ। ଡୁଡୁମା କୋରାପୁଟ ସହରଠାରୁ ପ୍ରାୟ ୬୭.୮ କିଲୋମିଟର।deomali odisha-3

ଦେଓମାଳି

ଏହା କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କଟିଆ ଗ୍ରାମ ପଞ୍ଚାୟତର ଦୁଧାରି ଗ୍ରାମ ନିକଟରେ ଅବସ୍ଥିତ। ପାହାଡ ଚଢାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଠ ସ୍ଥାନ। ଦେଓମାଳୀ କୋରାପୁଟ ଠାରୁ ୬୦ କିମି ଦୁରରେ ଅବସ୍ଥିତ। ଏହା ବର୍ଷର ବାରମାସ ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ବି ‘ପରବ’ ପାଳନ ଅବସରରେ ନଭେମ୍ବର ୧୩ ତାରିଖ ଦିନ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି ଓ ପାହାଡ଼ ଚଢିଥାନ୍ତି। ଦେଓମାଳୀ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ଆସନ୍ତି।

ଗୁପ୍ତେଶ୍ୱର

ଘଞ୍ଚ ଅରଣ୍ୟ ପରିବେଷ୍ଟିତ ଏକ ଗୁମ୍ଫା ମଧ୍ୟରେ ପବିତ୍ର ଶୈବପୀଠ ଗୁପ୍ତେଶ୍ୱର ଅବସ୍ଥିତ। ଗୁମ୍ଫାର ଏକ ପ୍ରଶସ୍ତ କୋଠରୀ ମଧ୍ୟରେ ୧୦ ଫୁଟ ଗୋଲେଇ ଓ ୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମହାଲିଙ୍ଗ ରହିଛି।  ଏହି ପବିତ୍ର ଶୈବପୀଠଟି ଜୟପୁର ସହରଠାରୁ ୫୮ କିମି ଓ କୋରାପୁଟଠାରୁ ୮୦ କିମି ଦୁରରେ ରହିଛି।  କିମ୍ବଦନ୍ତୀ କହେ ବନବାସ ସମୟରେ ମହାପ୍ରଭୁ ରାମଚନ୍ଦ୍ର ଏହି ଗିରିଗୁହା ମଧ୍ୟରେ ଗୁପ୍ତେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ। ଘଞ୍ଚ ଜଙ୍ଗଲ ପରିପୁର୍ଣ୍ଣ ଏହି ଅଞ୍ଚଳରେ ମହାଶିବରାତ୍ରୀ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ବସ୍ ଓ କାର ଦ୍ୱାରା ଯାତାୟତ କରି ପାରିବେ।

ସୁନାବେଡ଼ା

ସୁନାବେଡା କୋରାପୁଟ ସହରଠାରୁ ୧୮ କିମି ଦୂରରେ ଥିବା ଏକ ଆଧୁନିକ ସହର।  ଏଠାରେ ଲଢୁଆ ମିଗ୍ ବିମାନ ଓ ସୁଖୋଇ ବିମାନ ତିଆରି କାରଖାନା ରହିଛି। ଏଠାରେ ବାୟୁଯାନ ଇଞ୍ଜିନର ଏକ ସଂଗ୍ରହାଳୟ ଓ ଏକ ମୃଗବିହାର ମଧ୍ୟ ରହିଛି, ଯାହାକି ସାରା ଓଡ଼ିଶାରେ ପ୍ରସିଦ୍ଧ।

ଶାବର ଶ୍ରୀକ୍ଷେତ୍ର

ଶାବର ଶ୍ରୀକ୍ଷେତ୍ର ଓଡ଼ିଶାର କୋରାପୁଟଠାରେ ଅବସ୍ଥିତ ଏକ ଜଗନ୍ନାଥ ମନ୍ଦିର। ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା।  ଏଠାରେ ପ୍ରକୃତି ଅନେକ କଥା କହେ, ଯାହାକୁ ଅନୁଭବ କରି ପ୍ରକୃତି ପ୍ରେମୀମାନେ ଆନନ୍ଦ ଉପଭୋଗ କରିଥାନ୍ତି। ଏଠାରେ ଥିବା ଆଦିବାସୀ ସଂଗ୍ରହାଳୟରେ ଏ ଅଞ୍ଚଳର ଆଦିବାସୀମାନଙ୍କ ଅନନ୍ୟ ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ ହୋଇଥାଏ।

The post କୋରାପୁଟର ଡୁଡୁମା, ଦେଓମାଳି, ଶାବର ଶ୍ରୀକ୍ଷେତ୍ର – ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର appeared first on OdishaLIVE.


Viewing all articles
Browse latest Browse all 11715

Trending Articles