Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏଣିକି ବାଇକ୍ ପଛରେ ବସିଲେ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ବାଇକ ଚାଳକ ଓ ପଛରେ ବସିଥିବା ଲୋକ ଉଭୟଙ୍କୁ ହେଲମେଟ୍‌ ପିନ୍ଧିବାକୁ ପଡ଼ିବ। ଉଭୟ ହେଲମେଟ ନପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ଟୁଇଟ ଯୋଗେ ସୂଚନା ଦେଇଛି।

ଡିସେମ୍ବର ୪ରେ କଟକ ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ୪୨ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସହ ୩୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହି ଟୁଇଟର ଜବାବ ଦେଇ ଲୋକଙ୍କ ନିମନ୍ତେ ସୂଚନା ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ।

ଏହି ନିୟମ ନୂଆ ନୁହେଁ। ଜାନୁଆରି ମାସରୁ ଟ୍ରାଫିକ ନିୟମ କଡ଼ାକଡ଼ି କରି ଏହି ନିୟମ ଅଣାଯାଇଥିଲା। ମାତ୍ର କେହି ବି ଏହାକୁ ଅନୁକରଣ କରିବା ଦେଖିବାକୁ ମିଳିନଥିଲା।  ତେବେ ଦୁର୍ଘଟଣା ହାର ହ୍ରାସ କରିବା ଲାଗି  ଏଭଳି ନିୟମକୁ ପୁଣି କଡ଼ାକଡ଼ି କରାଯାଇଛି।

The post ଏଣିକି ବାଇକ୍ ପଛରେ ବସିଲେ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles