Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଡ଼ବିଲ ସହର ସପ୍ତାହେ ପାଇଁ ସଟଡାଉନ୍

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲାର ବଡ଼ବିଲ ସହର ସପ୍ତାହେ ପାଇଁ ସଟଡାଉନ୍। ସେଠାରେ ଲୋକାଲ୍ କେସ୍ ସଂଖ୍ୟା ବୃଦ୍ଧି ପାଇବାରୁ ଜିଲ୍ଲାପାଳ ଏହାକୁ ସଟଡାଉନ୍ ଘୋଷଣା କରିଛନ୍ତି।

ବଡ଼ବିଲରୁ ଆଜି ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିସହ ସମସ୍ତ ପଜିଟିଭ୍ ଲୋକାଲ୍ କେସ୍ ବୋଲି ଜଣାପଡ଼ିଥିଲା। ଏହାପରେ ତୁରନ୍ତ ସହରକୁ ସଟଡାଉନ୍ ଘୋଷଣା କରାଯାଇଛି। ସଟଡାଉନ୍ ସମୟରେ ମାର୍କେଟ କମ୍ପ୍ଲେକ୍ସଗୁଡ଼ିକ ବନ୍ଦ ରହିବା ସହିତ ଅତ୍ୟାବଶ୍ୟକ ସେବା ଆଦି ଚାଲୁରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜି କେନ୍ଦୁଝର ଜିଲ୍ଲାରୁ ମୋଟ ୨୫ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ବଡ଼ବିଲ ଟାଉନରୁ ୧୧ ଜଣ ଥିବା ଜଣାପଡ଼ିଥିଲା। ହେଲେ ଏହି ସମସ୍ତ ପଜିଟିଭ୍ ଲୋକାଲ୍ କେସ୍ ଥିବା ପ୍ରଶାସନର ଚିନ୍ତା ବଢ଼ାଇଥିଲା। ଶେଷରେ ଜିଲ୍ଲାପାଳ ଏହାକୁ ସଟଡାଉନ୍ ଘୋଷଣା କରିଛନ୍ତି।

The post ବଡ଼ବିଲ ସହର ସପ୍ତାହେ ପାଇଁ ସଟଡାଉନ୍ appeared first on OdishaLIVE.


Viewing all articles
Browse latest Browse all 11715

Trending Articles