Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲ ଏବେ କରୋନା ହଟ୍‌ସ୍ପଟ୍‌

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାନ୍‌ସର ହସ୍ପିଟାଲରୁ ଚିହ୍ନଟ ହେଲେଣି ୧୧୩ କରୋନା ରୋଗୀ।

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟି ଯାଇଛି। ମାତ୍ର ୧୨ ଦିନ ଭିତରେ ୧୧୩ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢ଼ାଇଛି। ଏହି ଆକ୍ରାନ୍ତଙ୍କ ଭିତରେ କ୍ୟାନ୍‌ସର ରୋଗୀ, ଆଟେଣ୍ଡାଣ୍ଟ, ନର୍ସ ଓ ହସ୍ପିଟାଲର ଅନ୍ୟ କର୍ମଚାରୀ ଥିବାରୁ ଆତଙ୍କ ଖେଳିଯାଇଛି।

କଟକରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ସିଏମ୍‌ସି ପକ୍ଷରୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ୮ ତାରିଖ ମଧ୍ୟରାତ୍ରୀ ଯାଏ ଏହି କଟକଣା ବଳବତ୍ତର ରହିବ। ଗୋଟିଏପଟେ କଟକଣା ଲାଗୁ କରାଯାଇଥିବା ବେଳେ ଅନ୍ୟପଟେ ଆଜି ପୁଣି କ୍ୟାନସର ହସ୍ପିଟାଲରୁ ଆଉ ୩୮ ଜଣ ଚିହ୍ନଟ ହୋଇଛନ୍ତି। କ୍ୟାନସର ହସ୍ପିଟାଲରୁ ବର୍ତ୍ତମାନସୁଦ୍ଧା ୧୧୩ ଆକ୍ରାନ୍ତ ଚିହ୍ନଟ ହେଲେଣି।

ସେହିପରି କଟକ ଏସ୍‌ସିବି ମେଡିକାଲରୁ ମଧ୍ୟ ଆଉ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବିରୁ ମୋଟ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜୁନ୍‌ ୧୯ ତାରିଖ। ଗଞ୍ଜାମ ଜିଲ୍ଲାରୁ ଜଣେ କ୍ୟାନସର ରୋଗୀ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜରୁରିକାଳୀନ ୱାର୍ଡରେ ରହି ଚିକିତ୍ସିତ ହେଉଥିଲେ। ସେ ଗଞ୍ଜାମରୁ ଆସିଥିବାରୁ ତାଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ୬ ଦିନ ପରେ ଅର୍ଥାତ୍‌ ଜୁନ ୨୪ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

କ୍ୟାନସର ହସ୍ପିଟାଲରେ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଚାରିଆଡ଼େ ଚହଳ ପଡ଼ିଯାଇଥିଲା। ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାକୁନେଇ ଖୋଳତାଡ଼ ଚାଲିଲା। ଏହି ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଗଲା। ହେଲେ ଏହି ରୋଗୀଙ୍କ ସଂସ୍ପର୍ଶରେ ୪୨ ଜଣ ଆସିଥିବା ଜଣାପଡ଼ିଥିଲା।

୪୨ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ୨ ଜଣ ନର୍ସଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାର ତିନି ଦିନ ପରେ ଆହାର କେନ୍ଦ୍ରର ଜଣେ କର୍ମଚାରୀ, ଜଣେ ଇଲେକ୍ଟ୍ରିସିଆନ, ଆଟେଣ୍ଡାଣ୍ଟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଗତକାଲି ଯେଉଁ ଆକ୍ରାନ୍ତ ଚିହ୍ନଟ ହେଲେ ତାକୁନେଇ ଏବେ ଚିନ୍ତା ବଢ଼ିଛି। ଗୁରୁବାର ରାତିରେ ଏହି କ୍ୟାନସର ହସ୍ପିଟାଲରୁ ୫୫ ଜଣ କରୋନା ରୋଗୀ ଚିହ୍ନଟ ହେବା ଘଟଣା କଟକରେ ଭୟର ବାତାବରଣ ସୃଷ୍ଟି କରିଛି। ଏହି ୫୫ ଜଣଙ୍କ ଭିତରେ ୧୮ ଜଣ କ୍ୟାନସର ରୋଗୀ ଥିବା ବେଳେ ୩୬ ଜଣ ଆଟେଣ୍ଡାଣ୍ଟ ଏବଂ ଜଣେ ନର୍ସ ଅଛନ୍ତି। ଏମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

The post କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲ ଏବେ କରୋନା ହଟ୍‌ସ୍ପଟ୍‌ appeared first on OdishaLIVE.


Viewing all articles
Browse latest Browse all 11715

Trending Articles