ଓଡ଼ିଶାଲାଇଭ୍ ବ୍ୟୁରୋ![]()
ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୯ ଜଣ କରୋନା ପଜିଟିଭ୍। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୪୬୯ ପଜିଟିଭଙ୍କ ମଧ୍ୟରୁ ୧୯ ଜଣ ଭୁବନେଶ୍ୱରର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କ୍ୱାରଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୮ ଜଣ ସ୍ଥାନୀୟ ଲୋକ ସାମିଲ ଅଛନ୍ତି।
ସେହିପରି ଯେଉଁ ୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୨ ଜଣ ନୂଆଗାଁ, ୪ ଜଣ ଏକ ପ୍ରାଇଭେଟ ହସ୍ପିଟାଲର କର୍ମଚାରୀ, ଜଣେ ଏକ ସରକାରୀ ହସ୍ପିଟାଲର କର୍ମଚାରୀ, ଜଣେ ପାହାଳ ଓ ଅନ୍ୟ ଜଣେ ବରମୁଣ୍ଡା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ଯେଉଁ ୮ ଜଣ ସ୍ଥାନୀୟ ଲୋକ ପଜିଟିଭ୍ ଜଣାପଡ଼ିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ବଡ଼ଗଡ଼, ଜଣେ ଭରତପୁର, ୨ ଜଣ ଘଟିକିଆ, ଜଣେ ୟୁନିଟ ୫, ଜଣେ ଝାରପଡ଼ା, ଜଣେ ସୁନ୍ଦରପଦା ଓ ଜଣେ ପଳାସପଲ୍ଲୀ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ସେହିପରି ୨ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୩ରେ ପହଁଚିଛି। ଏହା ମଧ୍ୟରୁ ୨୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ଜଣ ପ୍ରାଣ ହରାଇଛନ୍ତି। ୧୫୬ ଟି ସକ୍ରିୟ କେସ୍ ରହିଛି।
The post ଭୁବନେଶ୍ୱରରେ ଆଜି ୧୯ କରୋନା ପଜିଟିଭ୍ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି appeared first on OdishaLIVE.