Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେମିତି ବ୍ୟାପିଲା କରୋନା?

$
0
0

ଓଡିଶାଲାଇଭ ବ୍ୟୁରୋ

କ୍ୟାନସର ହସ୍ପିଟାଲରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ।

ଗୋଟିଏ କି ଦୁଇଟି ନୁହଁ, କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରୁ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାନସର ରୋଗରୁ ଭଲ ହେବା ପାଇଁ ଆସିଥିବା ରୋଗୀ ଏବେ କରୋନା ଆକ୍ରାନ୍ତ ହେବାରୁ ଚିନ୍ତା ବଢ଼ିଛି। ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଏହି କ୍ୟାନସର ହସ୍ପିଟାଲକୁ କେମିତି କରୋନା ଭାଇରସ୍‌ ବ୍ୟାପିଲା ତାକୁନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏପଟେ ଏହି ହସ୍ପିଟାଲର ଆଉଟଡୋରକୁ ଆଜି ଦିନକ ପାଇଁ ବନ୍ଦ କରାଯାଇଛି।

ଜୁନ୍‌ ୧୯ ତାରିଖ। ଗଞ୍ଜାମ ଜିଲ୍ଲାରୁ ଜଣେ କ୍ୟାନସର ରୋଗୀ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜରୁରିକାଳୀନ ୱାର୍ଡରେ ରହି ଚିକିତ୍ସିତ ହେଉଥିଲେ। ସେ ଗଞ୍ଜାମରୁ ଆସିଥିବାରୁ ତାଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ୬ ଦିନ ପରେ ଅର୍ଥାତ୍‌ ଜୁନ ୨୪ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

କ୍ୟାନସର ହସ୍ପିଟାଲରେ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଚାରିଆଡ଼େ ଚହଳ ପଡ଼ିଯାଇଥିଲା। ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାକୁନେଇ ଖୋଳତାଡ଼ ଚାଲିଲା। ଏହି ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଗଲା। ହେଲେ ଏହି ରୋଗୀଙ୍କ ସଂସ୍ପର୍ଶରେ ୪୨ ଜଣ ଆସିଥିବା ଜଣାପଡ଼ିଥିଲା।

୪୨ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ୨ ଜଣ ନର୍ସଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାର ତିନି ଦିନ ପରେ ଆହାର କେନ୍ଦ୍ରର ଜଣେ କର୍ମଚାରୀ, ଜଣେ ଇଲେକ୍ଟ୍ରିସିଆନ, ଆଟେଣ୍ଡାଣ୍ଟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଗତକାଲି ଯେଉଁ ଆକ୍ରାନ୍ତ ଚିହ୍ନଟ ହେଲେ ତାକୁନେଇ ଏବେ ଚିନ୍ତା ବଢ଼ିଛି। ଗୁରୁବାର ରାତିରେ ଏହି କ୍ୟାନସର ହସ୍ପିଟାଲରୁ ୫୫ ଜଣ କରୋନା ରୋଗୀ ଚିହ୍ନଟ ହେବା ଘଟଣା କଟକରେ ଭୟର ବାତାବରଣ ସୃଷ୍ଟି କରିଛି। ଏହି ୫୫ ଜଣଙ୍କ ଭିତରେ ୧୮ ଜଣ କ୍ୟାନସର ରୋଗୀ ଥିବା ବେଳେ ୩୬ ଜଣ ଆଟେଣ୍ଡାଣ୍ଟ ଏବଂ ଜଣେ ନର୍ସ ଅଛନ୍ତି। ଏମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି କ୍ୟାନସର ହସ୍ପିଟାଲରୁ ଯେମିତି ସଂକ୍ରମଣ ନବ୍ୟାପେ ସେଥିପ୍ରତି ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିବା ସେ ସୂଚନା ଦେଇଛନ୍ତି।

The post କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେମିତି ବ୍ୟାପିଲା କରୋନା? appeared first on OdishaLIVE.


Viewing all articles
Browse latest Browse all 11715

Trending Articles