ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରକୁ ସଟଡାଉନ୍ ଘୋଷଣା କଲା ସିଏମସି। ଆସନ୍ତା ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକ ସହର ସଟଡାଉନ୍ ରହିବ। ଏନେଇ ସିଏମସି ପକ୍ଷରୁ ଘୋଷଣା କରାଯାଇଛି।
ତୁରନ୍ତ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ସିଏମସି ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ସମୟରେ ଅତ୍ୟାବଶ୍ୟକ ଦୋକାନକୁ ଛାଡ଼ି ସମସ୍ତ ଦୋକାନ ବନ୍ଦ ରହିବ। ସଟଡାଉନ୍ ସମୟରେ ପରିବା, ଗ୍ରୋସରୀ ଓ କ୍ଷୀର ଦୋକାନଗୁଡ଼ିକ ସକାଳ ୫ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାଯାଇପାରିବ ବୋଲି କୁହାଯାଇଛି।
ଏଥିସହ ସଟଡାଉନ୍ ସମୟରେ ମେଡିସିନ୍ ଷ୍ଟୋର ଓ ଅନଲାଇନ୍ ଡେଲିଭରି କାମ ଜାରି ରହିବ ବୋଲି ସିଏମସି ପକ୍ଷରୁ ଘୋଷଣା କରାଯାଇଛି।
The post ୮ ତାରିଖ ଯାଏ କଟକ ସହର ସଟଡାଉନ୍ appeared first on OdishaLIVE.