Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପଶ୍ଚିମବଙ୍ଗରେ ଅମ୍ପନ ନେଲା ଜୀବନ –୭୨ ଜଣଙ୍କ ମୃତ୍ୟୁ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନରେ ପଶ୍ଚିମବଙ୍ଗରେ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ବାତ୍ୟାରେ ଶତାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ଆସନ୍ତୁ ବୋଲି ମଧ୍ୟ ମମତା ଦାବି କରିଛନ୍ତି।

ମୃତ ୭୨ ଜଣଙ୍କ ମଧ୍ୟରୁ କୋଲକାତାର ୧୫ ଜଣ, ହାଓ୍ଵଡାରୁ ୭ ଜଣ, ଉତ୍ତର ପ୍ରଗଣାରୁ ୧୭ ଜଣ, ମେଦିନାପୁରରୁ ୬ ଜଣ, ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ୧୮ ଜଣଙ୍କ ଓ ହୁଗୁଳିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ବାତ୍ୟାରେ ପଶ୍ଚିମବଙ୍ଗରେ କିଛି ଅଞ୍ଚଳ ଜଳମଗ୍ନ ହେବ ସହ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି।

ମମତା ବାନର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପରିସ୍ଥିତି ଠିକ ନାହିଁ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ପରିଦର୍ଶନରେ ଆସିବାକୁ ଦାବି କରୁଛି। ଏବେ ମୁଁ ନିଜେ ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ସ୍ଥାନ ସମୀକ୍ଷା କରିବି। ପରିସ୍ଥିତି ଠିକ ହେବାକୁ ମୁଁ ଅପେକ୍ଷା କରିଛି।

ବାତ୍ୟା ଲ୍ୟାଣ୍ଡଫଲ୍‌ କଲା ବେଳକୁ ପବନର ବେଗ ୧୬୦ରୁ ୧୮୦ କିଲୋମିଟର ବେଗରେ ରହିଥିଲା। ପଶ୍ଚିମବଙ୍ଗରେ ୬ ଘଣ୍ଟା ଧିରି ତାଣ୍ଡବ ରଚିଥିଲା ଅମ୍ପନ। ଏହା ପ୍ରଭାବରେ କୋଲକାତା ଏୟାରପୋର୍ଟ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହାସହ ଅନ୍କ ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି।

ପଶ୍ଚିମବଙ୍ଗରେ ଅଧିକ ପ୍ରଭାବିତ ଅଞ୍ଚଳ ହେଲା ଉତ୍ତର ଚବିଶ ପ୍ରଗଣା, ଦକ୍ଷିଣ ଚବିଶ ପ୍ରଗଣା, ମେଦିନା ପୁର ଓ କୋଲକାତା। ଏହାସହ ଅମ୍ପନରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ମମତା ବାନାର୍ଜୀ।

The post ପଶ୍ଚିମବଙ୍ଗରେ ଅମ୍ପନ ନେଲା ଜୀବନ – ୭୨ ଜଣଙ୍କ ମୃତ୍ୟୁ appeared first on OdishaLIVE.


Viewing all articles
Browse latest Browse all 11715

Trending Articles