ଓଡ଼ିଶାଲାଇଭ୍ ବ୍ୟୁରୋ
ମେ ମାସ ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା। ପୂର୍ବ ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ ଖାତାଦେଖା ଆରମ୍ଭ ହେବ। ଏନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ବାତ୍ୟା ଅମ୍ପନ କାରଣରୁ ମାଟ୍ରିକ ଖାତା ଦେଖା ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଏହାପରେ ଆଜି ବୋର୍ଡ ପକ୍ଷରୁ ଜୁଲାଇ ୨୬ରେ ଖାତାଦେଖା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଅନ୍ୟପଟେ ଖାତା ଦେଖା ସମୟରେ ଶିକ୍ଷକମାନେ ସାମାଜିକ ଦୂରତା ପାଳନ କରିବେ ବୋଲି ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି।
ଏପଟେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ରେଜଲ୍ଟ ଘୋଷଣା ହେବ ବୋଲି କହିସାରିଛନ୍ତି। ମନ୍ତ୍ରୀଙ୍କ କହିବାନୁଯାୟୀ ମୂଲ୍ୟାୟନ ସରିବା ପରେ ଖୁବଶୀଘ୍ର ରେଜଲ୍ଟ ଘୋଷଣା ହେବ। ଏନେଇ ବୋର୍ଡ ଓ ଗଣଶିକ୍ଷା ବିଭାଗ ଚେଷ୍ଟା କରୁଛି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି।
The post ୨୬ ତାରିଖରୁ ମାଟ୍ରିକ ଖାତାଦେଖା appeared first on OdishaLIVE.