Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କୋଲକାତାରେ ତାଣ୍ଡବ ରଚିଲା ବାତ୍ୟା ଅମ୍ପନ, ଏୟାରପୋର୍ଟ ଜଳବନ୍ଦୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉପକୂଳରେ ନିଜର ଉଗ୍ରରୂପ ଦେଖାଇବା ପରେ କୋଲାକାତାରେ ମଧ୍ୟ ତାଣ୍ଡବ ରଚିଛି ବାତ୍ୟା ଅମ୍ପନ। ସହରର ବିଭିନ୍ନ ଅଞ୍ଚଳରେ ଭୀଷଣ ପବନ ବହିବା କାରଣରୁ ବିଭିନ୍ନ ଗଛବୃକ୍ଷ, କଚ୍ଚା ଘର ଆଦି ଭାଙ୍ଗି ପଡ଼ିଛି। ଲଗାଣ ବର୍ଷା କାରଣରୁ କୋଲକାତା ଏୟାରପୋର୍ଟ ମଧ୍ୟ ଏକପ୍ରକାର ଜଳବନ୍ଦୀ ହୋଇଯାଇଛି।

ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ବାତ୍ୟା ଅମ୍ପନ ଗତକାଲି ଲ୍ୟାଣ୍ଡଫଲ୍ କରିଥିଲା। ଲ୍ୟାଣ୍ଡଫଲ୍ କରିବା ସମୟରେ ସେଠାରେ ପବନ ବେଗ ପାଖାପାଖି ୧୮୦ କିଲୋମିଟର ପ୍ରତି ଘଣ୍ଟା ଥିଲା ବୋଲି କୁହାଯାଉଛି। ଲ୍ୟାଣ୍ଡଫଲ୍ କରିବା ପରେ କୋଲାକାତା ସହରରେ ମଧ୍ୟ ବର୍ଷା ସାଙ୍ଗକୁ ୧୩୦ କିମିରୁ ଅଧିକ ବେଗରେ ପବନ ବହିବା ଆରମ୍ଭ ହୋଇଯାଇଥିଲା।

ଏହାଫଳରେ କୋଲାକାତା ଏୟାରପୋର୍ଟ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି। ବିମାନବନ୍ଦରର ରନୱେରେ ଏବେ ବି ପାଣି ଜମିରହିଛି। ଯେଉଁ କାରଣରୁ ଏପର୍ଯ୍ୟନ୍ତ ସେଠାରେ ବିମାନ ଉଡ଼ାଣକୁ ବାତିଲ୍ କରି ରଖାଯାଇଛି।

ବାତ୍ୟା ଅମ୍ପନ କାରଣରୁ ପଶ୍ଚିମବଙ୍ଗର ଉତ୍ତର ଚବିଶି ପ୍ରଗଣା, ଦକ୍ଷିଣ ଚବିଶି ପ୍ରଗଣା, ମେଦିନାପୁର ଓ କୋଲକାତା ସହର ବିଶେଷ ଭାବେ କ୍ଷିତଗସ୍ତ ହୋଇଥିବା ସୂଚନା ମିଳୁଛି। ଦୀଘାର ସମୁଦ୍ର ଉପକୂଳ ମଧ୍ୟ ତାଣ୍ଡବ ରଚିଛି ଅମ୍ପନ। ତେବେ ଏଥିରେ କେତେ ଜଣଙ୍କର ମୃତ୍ୟ ଘଟିଛି ଅଥବା କେତେ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ସେନେଇ ଆକଳନ ହୋଇପାରିନି।

The post କୋଲକାତାରେ ତାଣ୍ଡବ ରଚିଲା ବାତ୍ୟା ଅମ୍ପନ, ଏୟାରପୋର୍ଟ ଜଳବନ୍ଦୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles