ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିବା ପରେ ଚିନ୍ତା ବଢ଼ିଛି। ଗତ ଦୁଇ ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ଥିବା ବେଳେ ହଠାତ୍ ଏତେ ସଂଖ୍ୟା କେମିତି ହେଲା ତାକୁ ନେଇ ଖୋଳତାଡ଼ କରିଥିଲା ପ୍ରଶାସନ।
ଭୁବନେଶ୍ୱରର ଯେଉଁ କରୋନା ଆକ୍ରାନ୍ତ ଅଛନ୍ତି ସେମାନଙ୍କର କିଛି ଟ୍ରାଭେଲ୍ ହିଷ୍ଟ୍ରି ଥିଲା କି ନାହିଁ ସେ ବିଷୟରେ ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ବିସ୍ତୃତ ସୂଚନା ଦେଇଛନ୍ତି।
ସୂର୍ଯ୍ୟନଗର ଅଞ୍ଚଳର ଆକ୍ରାନ୍ତଙ୍କ ବାବଦରେ ସୂଚନା ଦେଇଥିଲେ ବିଏମ୍ସି କମିସନର। ତାଙ୍କ ପୂର୍ବରୁ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସରକାର କହିଥିଲେ। ହେଲେ ତାଙ୍କ ପରିବାରର ଜଣେ ସଦସ୍ୟ କିଛିଦିନ ତଳେ କୋଲକାତା ଯାଇଥିଲେ ଏବଂ ସେଠାରେ ୪ ଦିନ ରହି ଘରକୁ ଫେରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରୀ ଚୌଧୁରୀ।
ସେହିପରି ବମିଖାଲ ଅଞ୍ଚଳର ଆକ୍ରାନ୍ତ ହେଉଛନ୍ତି ତିନି ଭାଇ। ସେ ନିକଟରେ ରାଜ୍ୟ ବାହାରୁ ଆସିଥିଲେ। ତାଙ୍କ ବାପା ଭୋପାଳରେ ରହୁଛନ୍ତି। ଭୋପାଳରେ ଏହି ତିନି ଭାଇଙ୍କ ବାପା କରୋନା ଆକ୍ରାନ୍ତ ଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି।
ପୁରୀ ଜିଲ୍ଲରୁ ଚିହ୍ନଟ ହୋଇଥିକା ଆକ୍ରାନ୍ତ ଭୁବନେଶ୍ୱର ବିଜେବି ନଗର ସବ୍ ପୋଷ୍ଟ ଅଫିସ୍ରେ ଚାକିରି କରିଥିଲେ। ସେ ଗୌତମ ନଗର ଅଞ୍ଚଳରେ ଡାକ ବାଣ୍ଟିବା କାମରେ ନିୟୋଜିତ ଥିଲେ। ଏଣୁ ଗୌତମ ନଗର ଅଞ୍ଚଳର ଯଦି କୌଣସି ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବେ ତାହାଲେ ସେମାନେ ହୋମ୍ କ୍ୱାରେଣ୍ଟାଇନରେ ରହିବା ସହ ୧୦୪କୁ କଲ୍ କରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି। ଏହି ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ।
The post କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କହିଲେ ସରକାର – ଜାଣନ୍ତୁ, ବମିଖାଲ, ସୂର୍ଯ୍ୟନଗର ଓ ପୁରୀ ଆକ୍ରାନ୍ତଙ୍କ ବିଷୟରେ କ’ଣ କହିଲେ? appeared first on OdishaLIVE.