Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କଟକରେ ଜଣେ କରୋନା ଆକ୍ରାନ୍ତ – ସିଲ୍ ହେଲା ବକ୍ସିବଜାର

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମହାନଗର ନିଗମ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛି। ଆକ୍ରାନ୍ତଙ୍କ ଘର ବକ୍ସିବଜାର ଅଞ୍ଚଳରେ ହୋଇଥିବାରୁ ସିଏମ୍‌ସି ପୂରା ଅଞ୍ଚଳକୁ ସିଲ୍‌ କରିଛି। ବକ୍ସି ବଜାର ଅଞ୍ଚଳରେ କେହି ଘରୁ ନବାହାରିବାକୁ ପ୍ରଶାସନ ଅପିଲ କରିଛି।

ବକ୍ସି ବଜାର ଛକଠୁ ଷ୍ଟୁଆର୍ଟ ସାଇନ୍ସ କଲେଜ ଛକ ସିଲ୍‌ ହୋଇଥିବା ବେଳେ ଷ୍ଟୁଆର୍ଟ ସାଇନ୍ସ କଲେଜଠୁ ସୂତାହାଟ ମସ୍‌ଜିଦ ଛକ ପର୍ଯ୍ୟନ୍ତ ରାସ୍ତା ସିଲ୍‌। ସେହିପରି ସୂତାହାଟ ମସ୍‌ଜିଦ ଛକଠୁ ତିନିକୋଣିଆ ବଗିଚା ପର୍ଯ୍ୟନ୍ତ ରାସ୍ତା ସିଲ୍‌ କରାଯାଇଛି।

ତିନିକୋଣିଆ ବଗିଚାଠୁ ବକ୍ସିବଜାର ଛକ ପର୍ଯ୍ୟନ୍ତ ସିଲ୍‌ ହୋଇଛି ରାସ୍ତା। ଏହି ଅଞ୍ଚଳରେ ଲୋକଙ୍କ ଆତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ। ଘର ପାଖରେ ସାମଗ୍ରୀ ପହଞ୍ଚିବ। ଲୋକେ ଘର ପାଖରେ ହିଁ କିଣିବେ।

The post କଟକରେ ଜଣେ କରୋନା ଆକ୍ରାନ୍ତ – ସିଲ୍ ହେଲା ବକ୍ସିବଜାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles