ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବାହାରିନରୁ ଆସିଥିଲେ କଳାହାଣ୍ଡିର ଯୁବକ। ରିପୋର୍ଟ ଆସିଲା ପଜିଟିଭ୍।
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଲା। ଗତକାଲି ଏହା ୨୦ରେ ଥିଲା। ଗତକାଲି ଗୋଟିଏ ଦିନରେ ୧୫ଟି ପଜିଟିଭ୍ ବାହାରିଥିବା ବେଳେ ଆଜି ଗୋଟିଏ ପଜିଟିଭ୍ ବାହାରିଛି। ଆକ୍ରାନ୍ତ ଜଣକର ବୟସ ୨୯ ବର୍ଷ। ତାଙ୍କ ଘର କଳାହାଣ୍ଡି ଜିଲ୍ଲାରେ। ସେ ବାହାରିନରୁ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।
One asymptomatic 29 years Male of Kalahandi district is tested positive for COVID-19 today. He has travel history to Bahrain.
— H & FW Dept Odisha (@HFWOdisha) April 4, 2020
ଶନିବାର ୩୦୪ଟି ନମୁନା ପରୀକ୍ଷା ହୋଇଥିଲା। ଆର୍ଏମ୍ଆର୍ସିରେ ୨୨୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏମ୍ସରେ ୩୮ ଏବଂ ଏସ୍ସିବିରେ ୪୩ଟି ନମୁନା ପରୀକ୍ଷା ହୋଇଥିଲା।
ଶୁକ୍ରବାର ସୁଦ୍ଧା ମୋଟ ୧୩୯୫ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ସୁଦ୍ଧା ୧୬୯୯ଟି ନମୁନା ପରୀକ୍ଷା ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
The post ୨୧ ଛୁଇଁଲା ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା appeared first on OdishaLIVE.