ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ କରୋନା ତାର କାୟା ମେଲାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
୨୪ ଗଣ୍ଟା ଭିତରେ ଦେଶରେ ୫୨୫ଟି ନୂଆ ପଜିଟିଭ୍ କେସ୍ ସମ୍ନାକୁ ଆସିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୭୨ ଛୁଇଁଛି। ଏପଟେ ସକାଳେ ମୃତ୍ୟୁ ସଂଖ୍ୟା ୬୮ ଥିବା ବେଳେ ସନ୍ଧ୍ୟାରେ ଏହି ସଂଖ୍ୟା ବି ବଢ଼ିଛି। ମୃତ୍ୟୁ ସଂଖ୍ୟା ୭୫ ଛୁଇଁଛି।
କରୋନା ଏବେ ଭାରତରେ ଉଗ୍ରରୂପ ଧାରଣ କରିଛି। ଗୋଟିଏ ପରେ ଗୋଟିଏ ରାଜ୍ୟକୁ କବଳିତ କରୁଛି କରୋନା। ସରକାର କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ହେଲେ କିଛି ସ୍ଥାନରେ ଲୋକମାନେ ଏହାକୁ ଠିକ୍ରେ ମାନୁ ନଥିବାରୁ ପରିସ୍ଥିତି ଅସମ୍ଭାଳ ହୋଇଯାଉଛି।
ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି। ବର୍ତ୍ତମାନସୁଦ୍ଧା ଯେତିକି ଆକ୍ରାନ୍ତ ଅଛନ୍ତି ସେଥିମଧ୍ୟରୁ ୩୦ ପ୍ରତିଶତ କେବଳ ଧର୍ମସମ୍ମିଳନୀରୁ ଆସିଥିବା ସରକାର କହିଛନ୍ତି।
The post ଭାରତରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା appeared first on OdishaLIVE.