Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ପାଇଁ ଗାଁ ମୁଖ୍ୟରାସ୍ତା ବନ୍ଦ କଲେ ବ୍ରହ୍ମପୁରର ଖଜୁରିଆ ଗ୍ରାମବାସୀ

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବ୍ରହ୍ମପୁର : କରୋନା ପାଇଁ ଗାଁ ମୁଖ୍ୟ ରାସ୍ତାକୁ ବନ୍ଦ କଲେ ଗ୍ରାମବାସୀ। ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବ୍ରହ୍ମପୁର ଉପକଣ୍ଠ ଖଜୁରିଆ ଗାଁରୁ। ଗାଁ ଭିତରକୁ କରୋନା ଭାଇରସ ପୁରାଇ ଦେବେ ନାହିଁ ବୋଲି ଶପଥ କରିଛନ୍ତି ଗାଁ ଲୋକେ। ଗାଁ ପ୍ରବେଶ ପଥକୁ ଏକ ବାଉଁଶ ଦ୍ଵାରା ବନ୍ଦ ରଖିଛନ୍ତି ଗ୍ରାମବାସୀ । ଗାଁ ଭିତରକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ପ୍ରବେଶ ପଥରେ ହାତ ମୁହଁ ଧୁଆଇ ଗାଁ ଭିତରକୁ ପ୍ରବେଶ କରାଉଛନ୍ତି।

ଦେଶରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି ଗାଁଲୋକେ। ପ୍ରତ୍ୟେକ ବ୍ୟକ୍ତି ଏହି ନିୟମକୁ ମାନିଛନ୍ତି। ଲୋକେ ହାତ ମୁହଁ ଧୋଇ ଗାଁ ଭିତରକୁ ପ୍ରବେଶ କରୁଛନ୍ତି ।

ଦେଶରେ ୫୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶ୨୧ ଦିନ ପାଇଁ ଲକ୍‌ଡାଉନ ଘୋଷଣା ହୋଇଛି। ଲୋକଙ୍କୁ ସଚେତନ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। ମୁହଁ, ଆଖି, କାନ ଆଦି ସ୍ଥାନରେ ବାରମ୍ବାର ହାତ ମାରିବାକୁ ବାରଣ କରାଯାଇଛି। ଏହାସହ ଲୋକଙ୍କୁ ସଫା ସୂତୁରା ରହିବାକୁ ପରାମର୍ଶ ଦିଆଯାଇଛି

The post କରୋନା ପାଇଁ ଗାଁ ମୁଖ୍ୟରାସ୍ତା ବନ୍ଦ କଲେ ବ୍ରହ୍ମପୁରର ଖଜୁରିଆ ଗ୍ରାମବାସୀ appeared first on OdishaLIVE.


Viewing all articles
Browse latest Browse all 11715