Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନାରେ ଗଲା ଆଉ ଜଣଙ୍କର ଜୀବନ, ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ନେଲା ଆଉ ଏକ ମୁଣ୍ଡ। ମଧ୍ୟପ୍ରଦେଶରେ ବୁଧବାର ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହିତ ସାରା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ବୁଧବାର ସେ ମୃତ୍ୟୁ ବରଣ କରିଛନ୍ତି।

ଅନ୍ୟପଟେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୪୬ ଜଣ ଲୋକ କରୋନା କବଳରୁ ମୁକ୍ତି ପାଇପାରିଛନ୍ତି।

କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ଉପାୟ। ଏହାକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶରେ ୨୧ ଦିନର ଲକଡାଉନ୍ ଘୋଷଣା କରିଛନ୍ତି।

The post କରୋନାରେ ଗଲା ଆଉ ଜଣଙ୍କର ଜୀବନ, ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି appeared first on OdishaLIVE.


Viewing all articles
Browse latest Browse all 11715

Trending Articles