Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ, କରୋନା ସଂକ୍ରମଣର ମୁକାବିଲା କରନ୍ତୁ

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭାବରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। କରୋନା ଭୂତାଣୁଜନିତ ସଂକ୍ରମଣରୁ ନିଜକୁ ବଞ୍ଚେଇ ରଖିବାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସହାୟକ ହୋଇଥାଏ। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ତୁଳନାରେ ଯେଉଁବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସେମାନେ ଏହାର ମୁକାବିଲା କରିବାରେ ଅଧିକ ସକ୍ଷମ ହୋଇପାରିବେ। ଏଣୁ ଏହି ଘଡିସନ୍ଧି ମୂହୁର୍ତ୍ତରେ ଆମେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ  କରିବା ପାଇଁ ଚେଷ୍ଟା କରିବା ଉଚିତ। ତା’ହେଲେ ଆସନ୍ତୁ ଜାଣିବା ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା କେତେକ ଖାଦ୍ୟ ବିଷୟରେ।

୧ – ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଓ ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗରୁ ସୁରକ୍ଷା ମିଳିଥାଏ । ଅଁଳା, ଲେମ୍ବୁ, କମଳା ଆଦିରେ ଭିଟାମିନ୍‌ ସି ଭର୍‌ପୂର ମାତ୍ରାରେ ରହିଛି। ସେହିପରି ବ୍ରକୋଲି, ରନ୍ଧା ହୋଇଥିବା ପତ୍ରକୋବ ଓ ଫୁଲ କୋବିରୁ ମଧ୍ୟ ଭିଟାମିନ୍‌ ସି ମିଳିଥାଏ।

୨- ଭିଟାମିନ୍‌ ଡି ମଧ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଭିଟାମିନ୍‌ ଡି ଏପରି ଏକ ପ୍ରୋଟିନ୍‌ ଉତ୍ପାଦନରେ ସହାୟତା କରିଥାଏ ଯାହା ବ୍ୟାକ୍ଟେରିଆ ଓ ଭୂତାଣୁ ଭଳି ସଂକ୍ରମଣକାରୀ ଉପାଦାନକୁ ବାଛି ନଷ୍ଟ କରିବାରେ ସହାୟକ ହୋଇଥାଏ। ଏହା ଶରୀରରେ ଶ୍ୱେତ ରକ୍ତ କଣିକାର କାର୍ଯ୍ୟକାରିତା ଓ ସଂଖ୍ୟାକୁ ପ୍ରଭାବିତ କରିଥାଏ। ଆମ ରୋଗ ପ୍ରତିରୋଧକ ବ୍ୟବସ୍ଥାରେ ଶ୍ୱେତ ରକ୍ତ କଣିକା ପ୍ରମୂଖ ଭୂମିକା ଗ୍ରହଣ କରିଥାଏ । ସୂର୍ଯ କିରଣ ଭିଟାମିନ୍‌ ଡିର ଏକ ଉତ୍କୃଷ୍ଟ ଉତ୍ସ ହୋଇଥିବା ବେଳେ ଅଣ୍ଡା, ଟଫୁ, ଛତୁ ଆଦି ଖାଇଲେ ମଧ୍ୟ ଭିଟାମିନ୍‌ ଡିର ଆବଶ୍ୟକତା ପୂରଣ ହୋଇଥାଏ।

୩- ଆମେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌। ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ବିଭିନ୍ନ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ବିଷାକ୍ତ ପଦାର୍ଥର ପ୍ରଭାବରୁ ଶରୀରକୁ ରକ୍ଷା କରିଥାଏ। ବିଟାକେରୋଟିନ୍‌, ସେଲେନିୟମ୍‌, ଭିଟାମିନ୍‌ ଏ, ବି୨ ଓ ବି୬, ଭିଟାମିନ୍‌-ଡି,ଇ, ସି ଆଦି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିଥାଏ । ଗାଜର୍‌,ପାଳଙ୍ଗ,ଫୁଲକୋବି, ଉଷୁନା ଚାଉଳ, କନ୍ଧମୂଳ, କମଳା , ପାଚିଲା ଅମୃତଭଣ୍ଡା, ବାଦାମ, ଦୁଧ, ଦହି, ଛତୁ. ରାଶି ଆଦି ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ।

୪ – ଓଟ୍‌ସରେ ଫାଇବର୍‌ର ପରିମାଣ ଅଧିକ ରହିବା ସହିତ ଏହାର ଆଣ୍ଟି-ମାଇକ୍ରୋବିଆଲ୍‌ ଗୁଣ ଯୋଗୁଁ ଏହାକୁ ପ୍ରତିଦିନ ନିଜ ଭୋଜନରେ ସାମିଲ୍‌ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

୫ – ଦହି ଖାଇଲେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

୬- କଞ୍ଚା ରସୁଣରେ ପର୍ଯ୍ୟାପ୍ତ ମାତ୍ରାରେ ଏଲିସିନ୍‌, ଜିଂ, ସଲ୍‌ଫର୍‌, ସେଲେନିୟମ୍‌ ଓ ଭିଟାମିନ୍‌ ସି ତଥା ବି ମହଜୂଦ୍‌ ଥିବାରୁ ଏହାକୁ ଖାଇଲେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

୭- ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍ଚି-ଇନ୍‌ଫ୍ଲେମେଣ୍ଟାରୀ ଗୁଣରେ ଭର୍‌ପୂର୍‌ ହଳଦୀକୁ ପ୍ରତିଦିନ ଉଚିତ୍‌ ମାତ୍ରାରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

୮- ଏହାସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କିରିବା ପାଇଁ ତୁଳସୀ ତଥା ଅଦା ମଧ୍ୟ ଲାଭଦାୟକ ହୋଇଥାଏ।

ଖାଦ୍ୟରେ ଉପଯୁକ୍ତ ପରିମାଣର ପ୍ରୋଟିନ୍‌ ସାମିଲ୍‌ କରନ୍ତୁ ଯାହା ଫଳରେ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀରେ ପ୍ରମୂଖ ଭୂମିକା ଗ୍ରହଣ କରୁଥିବା ଆଣ୍ଟିବଡି ଶରୀରରେ ପ୍ରସ୍ତୁତ ହୋଇଥାଏ ।

କେବଳ ସନ୍ତୁଳିତ ତଥା ପୌଷ୍ଟିକ ଆହାର ଗ୍ରହଣ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜ୍‌ବୁତ୍‌ ହୋଇନଥାଏ। ଏକ ମଜ୍‌ବୁତ୍‌ ରୋଗପ୍ରତିରୋଧକ ବ୍ୟବସ୍ଥା ବିକଶିତ କରିବା ପାଇଁ ଏହି  ବିଷୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ।

  • ସବୁବେଳେ ସକ୍ରିୟ ରହିବାକୁ ଚେଷ୍ଟା କରନ୍ତୁ।
  • ପ୍ରତିଦିନ ଅତିକମ୍‌ରେ ୩୦ ମିନିଟ୍‌ ବ୍ୟାୟାମ୍‌ କରନ୍ତୁ।
  • କିଛି ସମୟ ଖରାରେ ବିତାନ୍ତୁ।
  • ଯୋଗ, ଧ୍ୟାନ ଆଦି କରନ୍ତୁ।
  • ଦିନକୁ ପ୍ରାୟ ୭ରୁ ୮ ଘଣ୍ଟା ଶୁଅନ୍ତୁ।
  • ନିଜକୁ ଚାପମୁକ୍ତ ରଖନ୍ତୁ।

The post ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ, କରୋନା ସଂକ୍ରମଣର ମୁକାବିଲା କରନ୍ତୁ appeared first on OdishaLIVE.


Viewing all articles
Browse latest Browse all 11715

Trending Articles