Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଯାଞ୍ଚ ବେଳେ ତାତିଲେ ମହିଳା – କହିଲେ, ‘ଗାଡ଼ି ମୋର ପୋଲିସ ବି ମୋର, ଫାଇନ ଦେବିନି’

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଟ୍ରାଫିକ ଚେକିଂ ବେଳେ ଭୁବନେଶ୍ଵରରେ ଉତ୍ତେଜନା। ରଙ୍ଗ ରୁଟ୍‌ ଯାଇ ଧରାପଡ଼ିବା ପରେ ପୋଲିସକୁ ନାଲି ଆଖି ଦେଖାଇଲେ ମହିଳା।  

“ଗାଡ଼ି ମୋର ପୋଲିସ ବି ମୋର, ମୁଁ ଫାଇନ ଦେବିନି। ଗାଡ଼ିକୁ ଥାନାକୁ ନେଇ ଯାଆନ୍ତୁ। ମୁଁ ଭୁଲରେ ରଙ୍ଗ ରୁଟ୍‌ରେ ପଳେଇ ଆସିଥିଲି ଜାଣିଶୁଣି ଆସିନି” ରଙ୍ଗ ରୁଟ୍‌ରେ ଆସି ଟ୍ରାଫିକ ପୋଲିସ ହାତରେ ଧରା ପଡ଼ିବା ପରେ ପୋଲିସକୁ ଏଭଳି ନାଲି ଆଖି ଦେଖାଇଛନ୍ତି ଜଣେ ମହିଳା।

ଆଜି ଗାଡ଼ି ଚେକିଂ ବେଳେ ଭୁବନେଶ୍ଵର ରାଜମହଲ ଛକରେ ଉତ୍ତେଜନା ଦେଖିଯାଇଥିଲା। ଜଣେ ମହିଳା ରଙ୍ଗ ରୁଟ୍‌ରେ ଆସିବା ବେଳେ ପୋଲିସ ତାଙ୍କୁ ଧରିଥିଲା। ଏହାପରେ ମହିଳା ଜଣକ ଏହାକୁ ପ୍ରତିବାଦ କରିଥିଲେ। ଏହାକୁ ନେଇ କିଛି ସମୟ ମହିଳା ଓ ପୋଲିସଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପୋଲିସ ବିନା ଚାଲାଣ କାଟି ମହିଳାଙ୍କୁ ଛାଡ଼ିଦେବା ସହ। ସେଠାରେ ଚେକିଂ ବନ୍ଦ କରିଦେଇଥିଲେ।

୬ ମାସର ମହଲତ ସରିବା ପରେ ଆଜିଠୁ ପୁଣି କଡ଼ାକଡ଼ି ଟ୍ରାଫିକ ଚେକିଂ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଚେକିଂ ଜୋରଦାର ଆରମ୍ଭ ହୋଇଛି। ଭୁବନେଶ୍ଵର, କଟକ, ପୁରୀ, ବ୍ରହ୍ମୁପୁର, ବାଲେଶ୍ଵର ଭଳି ମୁଖ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଟ୍ରାଫିକ ଚେକିଂ ଚାଲୁଛି।

The post ଯାଞ୍ଚ ବେଳେ ତାତିଲେ ମହିଳା – କହିଲେ, ‘ଗାଡ଼ି ମୋର ପୋଲିସ ବି ମୋର, ଫାଇନ ଦେବିନି’ appeared first on OdishaLIVE.


Viewing all articles
Browse latest Browse all 11715

Trending Articles