Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏସସିବିକୁ ବିଶ୍ଵସ୍ତରୀୟ କରିବା ପ୍ରକ୍ରିୟା ଆରମ୍ଭ, ନିଯୁକ୍ତ ହେଲେ ୧୦ ପରାମର୍ଶଦାତା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଏସ୍‌ସିବିକୁ ବିଶ୍ଵସ୍ତରୀୟ ହସ୍ପିଟାଲ କରିବାକୁ ପ୍ରକ୍ରିୟା ଆରମ୍ଭ। ଏନେଇ ୧୦ ବିଶିଷ୍ଟ ଚିକିତ୍ସାବିତ୍‌ଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ ଜଣଙ୍କ ମଧ୍ୟରୁ ୭ ଜଣ ପଦ୍ମ ପୁରସ୍କାର ପାଇଛନ୍ତି। ଏଥି ମଧ୍ୟରୁ ୪ ଜଣ ଏସ୍‌ସିବି ଆଲୁମିନି ମଧ୍ୟ ଅଛନ୍ତି। ଏସ୍‌ସିବିକୁ ବିଶ୍ଵସ୍ତରୀୟ କରିବାରେ ଏହି ୧୦ ଜଣିଆ ଦଳ ସହଯୋଗ କରିବେ।

୧୦ ଜଣିଆ ଦଳରେ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା, ପଦ୍ମଭୂଷଣ ଡାକ୍ତର ଦେବୀ ସେଠୀ, ପଦ୍ମଭୂଷଣ ଡାକ୍ତର କେ ଶ୍ରୀନାଥ ରେଡ୍ଡୀ, ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ପଦ୍ମଶ୍ରୀ ଡାକ୍ତର ମୁକୁତ ମିଞ୍ଜ, ପଦ୍ମଶ୍ରୀ ଡାକ୍ତର ଦିଗମ୍ଵର ବେହେରା, ପଦ୍ମଶ୍ରୀ ଡାକ୍ତର ରଞ୍ଜନ ବଦଓ୍ଵେ, ଡାକ୍ତର ଜଗତ ନରୁଲା, ଡାକ୍ତର ଜିଏନ୍‌ ରାଓ ଓ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

ଏହି ପରାମର୍ଶଦାତାଙ୍କ ପରାମର୍ଶରେ ଏସ୍‌ସିବିକୁ ବିଶ୍ଵସ୍ତରୀୟ କରିବାର ଯୋଜନା କରାଯାଇଛି। ପୂର୍ବରୁ ଏହାକୁ ବିଶ୍ଵସ୍ତରୀୟ କରିବାକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ଉଚ୍ଛେଦରେ ପ୍ରଭାବିତ ଲୋକମାନଙ୍କୁ ମଧ୍ୟ ସରକାର ସହାୟତା ରାଶି ଘୋଷଣା କରିଥିଲେ।

The post ଏସସିବିକୁ ବିଶ୍ଵସ୍ତରୀୟ କରିବା ପ୍ରକ୍ରିୟା ଆରମ୍ଭ, ନିଯୁକ୍ତ ହେଲେ ୧୦ ପରାମର୍ଶଦାତା appeared first on OdishaLIVE.


Viewing all articles
Browse latest Browse all 11715

Trending Articles