Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର – ୧୯୯ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍ ଓ ଇଣ୍ଟରନେଟ୍

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ଗ୍ରାହକମାନଙ୍କ ପାଇଁ ଖୁସି ଖବର। ସେମାନେ ଏଣିକି ୨ଶହରୁ କମ୍ ଟଙ୍କାର ପ୍ଲାନରେ ଅନଲିମିଟେଡ୍ କଲ୍ ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

ଟେଲିକମ୍ ଜଗତରେ ଲାଗି ରହିଥିବା ପ୍ରତିଯୋଗିତାକୁ ଲକ୍ଷ୍ୟ କରି ଜିଓ ପକ୍ଷରୁ ଏହି ପ୍ଲାନ୍ ଆରମ୍ଭ କରାଯାଇଛି। ଗ୍ରାହକମାନେ ଏହି ୧୯୯ ଟଙ୍କାର ପ୍ଲାନରେ ଅନେକ ସୁବିଧାସୁଯୋଗ ପାଇପାରିବେ।

ଏହି ପ୍ଲାନରେ ଗ୍ରାହକମାନଙ୍କ ପାଇଁ ପ୍ରତିଦିନ ଦେଢ଼ ଜିବି ଡାଟା ମିଳିବ। ଏହି ପ୍ଲାନର ବୈଧତା ୨୮ ଦିନ ପାଇଁ ରହିଛି। ଗ୍ରାହକମାନେ ଏହି ପ୍ଲାନରେ ଜିଓରୁ ଜିଓ ଅନଲିମିଟେଡ୍ ମାଗଣା କଲ୍ କରିପାରିବେ। ଏଥିସହିତ ଅନ୍ୟ ନେଟୱର୍କକୁ ହଜାରେ ମିନିଟ୍ ମାଗଣା କଲ୍ କରିପାରିବେ।

ଜିଓର ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ ଦିନକୁ ଶହେ ଏସ୍ଏମ୍ଏସ୍ ଓ ଜିଓ ଆପ୍ସ ସବୁକୁ ମଧ୍ୟ ମାଗଣାରେ ବ୍ୟବହାର କରିପାରିବେ।

The post ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର – ୧୯୯ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍ ଓ ଇଣ୍ଟରନେଟ୍ appeared first on OdishaLIVE.


Viewing all articles
Browse latest Browse all 11715

Trending Articles