ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ଟି-୨୦ ବିଶ୍ଵକପରେ ରାଧା ଯାଦବଙ୍କ ଚମତ୍କାର ବୋଲିଂରେ ଧରାଶାୟୀ ହୋଇଛି ଶ୍ରୀଲଙ୍କା ମହିଳା ଦଳ। ଫଳରେ ଭାରତ ଏହି ମ୍ୟାଚକୁ ୭ ଓ୍ଵିକେଟରେ ଜିତି ନେଇଛି। ଏହାସହ ଭାରତ ଟି-୨୦ ବିଶ୍ଵକପରେ ଗ୍ରୁପ୍ ‘ଏ’ରେ ଅପରାଜୟ ହୋଇ ଶୀର୍ଷରେ ରହିଛି। ଫଳରେ ଭାରତ ସେମିଫାଇନାଲ ଖେଳିବା ସଷ୍ଟ ହୋଇଛି।
ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଉମେଶା ଥିମାସିନି ଓ ଚମାରି ଅଥାପାତୁ ପାଳି ଆରମ୍ଭ କରିଥିଲେ। ହେଲେ ସଫଳ ହୋଇ ପାରିନଥିଲେ। ଦଳ ପକ୍ଷରୁ କେବଳ ଅଥାପାତୁ ୩୩ ରନ୍ କଭିସା ଦିଲହାରି ୨୫ ରନ୍ କରିଥିଲେ। ଫଳରେ ଦଳ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୧୩ ରନ୍ କରିଥିଲା। ଭାରତ ପକ୍ଷରୁ ରାଧା ଯାଦବ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିଲେ।
ପରେ ୧୧୪ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଓପନର ଶେଫାଳି ବର୍ମାଙ୍କ ଚମତ୍କାର ବ୍ୟାଟିଂ କରିଥିଲେ। ଫଳରେ ଦଳ ସହଜରେ ଏହି ବିଜୟ ଲକ୍ଷ୍ୟକୁ ପୂରା କରିପାରିଥିଲା। ଦଳ ପକ୍ଷରୁ ଶେଫାଳି ସର୍ବାଦିକ ୪୭ ରନ୍ କରିଥିଲେ। ଦଳ ୧୪ ଓଭରରେ ୩ ଓ୍ଵିକେଟ ହରାଇ ୧୧୬ ରନ୍ କରି ବିଜୟୀ ହୋଇଥିଲା।
The post ମହିଳା ଟି-୨୦ ବିଶ୍ଵକପ, ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇଲା ଭାରତ appeared first on OdishaLIVE.