Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଶୁଭିଲା ‘ଗୁଳି ମାର’ ନାରାବାଜି – ୬ ଯୁବକ ଗିରଫ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଶୁଭିଲା ‘ଗଦ୍ଦାରଙ୍କୁ ଗୁଳିମାର’ ନାରାବାଜି। ଶନିବାର ସିଏଏକୁ ସମର୍ଥନ କରି କିଛି ଯୁବକ ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନରେ ଏଭଳି ନାରାବାଜି କରିଛନ୍ତି। ଏହି ଘଟଣାରେ ସିଆଇଏସ୍ଏଫ୍ ଯବାନ ୬ ଜଣ ଯବାନଙ୍କୁ ଗିରଫ କରିଛି।

ସେହି ସମୟରେ ମେଟ୍ରୋ ଷ୍ଟେସନର ଦାୟିତ୍ୱରେ ଥିବା ଡିସିପି କହିଛନ୍ତି ଯେ, ଶନିବାର ଦିନ ସାଢ଼େ ୧୨ଟା ବେଳକୁ କିଛି ଯୁବକ ହଠାତ୍ ଆସି ‘ଗଦ୍ଦାରଙ୍କୁ ଗୁଳିମାର’ ନାରାବାଜି କରିଥିଲେ। ଏହି ସମୟରେ ସିଆଇଏସ୍ଏଫର ଯବାନମାନେ ଏହି ଯୁବକମାନଙ୍କୁ ତୁରନ୍ତ କାବୁ କରିନେଇଥିଲେ। ଏହାପରେ ତାଙ୍କୁ ଏବେ ପଚରାଉଚରା କରାଯାଉଛି।ସିଏଏକୁ ନେଇ ଗତ କିଛି ଦିନ ଧରି ଦିଲ୍ଲୀ ଅଶାନ୍ତ ରହିଛି। ଏପରିକି ଗତ ସୋମବାରଠାରୁ ଏଠାରେ ଲଗାତାର ତିନିଦିନ ଧରି ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଯେଉଁଥିରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ପଥରମାଡ଼ ଓ ଗୁଳିମାଡ଼ ଭଳି ଘଟଣା ସାମନାକୁ ଆସିଥିଲା।

ଏହି ଘଟଣାରେ ଜଣେ ପୋଲିସ କନେଷ୍ଟବଲ ରତନ ଲାଲଙ୍କ ସହିତ ମୋଟ୍ ୪୨ ଜଣ ଲୋକ ପ୍ରାଣ ହରାଇସାରିଲେଣି। ଏହାସହ ଅନେକ ଲୋକ ଏବେ ବି ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

The post ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଶୁଭିଲା ‘ଗୁଳି ମାର’ ନାରାବାଜି – ୬ ଯୁବକ ଗିରଫ appeared first on OdishaLIVE.


Viewing all articles
Browse latest Browse all 11715

Trending Articles