Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିର୍ଭୟା ଦୋଷୀଙ୍କ ଫାଶୀକୁ ଆଉ ଦୁଇଦିନ –ପୁଣି ରାଜକ୍ଷମା ଆବେଦନ କଲା ଅକ୍ଷୟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖରେ ଫାଶୀ ହେବାକୁ ଥିବା ବେଳେ ଏବେଠୁ ଦୋଷୀ ଆରମ୍ଭ କରିଛନ୍ତି ଷଡ଼ଯନ୍ତ୍ର। ଫାଶୀରୁ ବଞ୍ଚିବାକୁ ଆଜି ପୁଣି ରାଜକ୍ଷମା ଆବେଦନ କରିଛି ଦୋଷୀ ଅକ୍ଷୟ କୁମାର ସିଂ। ପ୍ରଥମ ଥର ଖାରଜ ପରେ ଏବେ ପୁଣି ରାଜକ୍ଷମା ଆବେଦନ କରିଛି ଦୋଷୀ ଅକ୍ଷୟ। ପ୍ରଥମ ଆବେଦନରେ ସଂପୂର୍ଣ୍ଣ ତଥ୍ୟ ନଥିବା ଦର୍ଶାଇ ଏହି ଆବେଦନ କରାଯାଇଛି।

ପୂର୍ବରୁ ମଧ୍ୟ ଅକ୍ଷୟ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହାକୁ ଫେବ୍ରୁଆରି ୫ ତାରିଖରେ ରାଷ୍ଟ୍ରପତି ଖାରଜ କରିଦେଇଥିଲେ। ପ୍ରଥମ ଆବେଦନରେ ସଂପୂର୍ଣ୍ଣ ତଥ୍ୟ ଦିଆଯାଇ ନଥିବା କହି ଏହି ଆବେଦନ କରାଯାଇଛି।

ସେହିପରି ଗତକାଲି ଦୋଷୀ ପବନ ଗୁପ୍ତା କ୍ୟୁରେଟିଭ ପିଟିସନ୍‌ ଦାଖଲ କରିଛି। ଫାଶୀଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଏହି ପିଟିସନ୍‌ରେ ଆବେଦନ କରିଛି ପବନ। ଫାଶୀକୁ ଆଉ ମାତ୍ର ଆଉ ୨ଦିନ ଥିବା ବେଳେ ସେଥିରୁ ବଞ୍ଚିବାକୁ ଦୋଷୀମାନଙ୍କ ପକ୍ଷରୁ ଏଭଳି ପ୍ରୟାସ କରାଯାଉଛି। ଗୋଟିଏ ପରେ ଗୋଟିଏ ଆବେଦନ କରି ଫାଶୀ ଘୁଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ପୂର୍ବରୁ ଦୁଇଥର ଡେଥ୍‌ ଓ୍ଵାରେଣ୍ଟ ଘୁଞ୍ଚିବା ପରେ ବର୍ତ୍ତମାନ ତୃତୀୟ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି। ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ତୃତୀୟ ଥର ଓ୍ଵାରେଣ୍ଟ ଜାରି କରିଛନ୍ତି ହେଲେ ତାହା କେତେଦୂର ସଫଳ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

The post ନିର୍ଭୟା ଦୋଷୀଙ୍କ ଫାଶୀକୁ ଆଉ ଦୁଇଦିନ – ପୁଣି ରାଜକ୍ଷମା ଆବେଦନ କଲା ଅକ୍ଷୟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles