ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବ୍ରୁଆରି ୨୪/୨୫ରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଟ୍ରମ୍ପଙ୍କ ଗସ୍ତକୁ ନେଇ ଅହମ୍ମଦାରୁ ଆଗ୍ରା ଓ ଦିଲ୍ଲୀରେ ପ୍ରସ୍ତୁତି ଜୋରସୋର ଚାଲିଛି। ଗୁଜରାଟରେ ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ ପାଇଁ ଆୟୋଜନ ଚାଲିଛି। ଭାରତରେ ଟ୍ରମ୍ପଙ୍କର ପ୍ରାୟ ୪୮ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ଆସନ୍ତୁ ଜାଣିବା ଟ୍ରମ୍ପଙ୍କ ପୂରା କାର୍ଯ୍ୟସୂଚୀ…
ଟ୍ରମ୍ପ ୧୪ ଫେବ୍ରୁଆରିରେ ଅହମ୍ମଦାବାଦରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଏୟାରପୋର୍ଟରୁ ମୋଟେରା ଷ୍ଟାଡିୟମ ଯାଏଁ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ କିଲୋମିଟରର ରୋଡ ସୋ’ କରିବେ। ଏହାପରେ ଟ୍ରମ୍ପ ସାବରବତୀ ଆଶ୍ରମ ଯିବେ। ଏଠାରେ ମାତ୍ର ୧୫ ମିନିଟ ରହିବେ।
ସାବରମତୀ ଆଶ୍ରମରୁ ବାହାରି ଟ୍ରମ୍ପ ନବନିର୍ମିତ ମୋଟେରା ଷ୍ଟାଡିୟମ ଯିବେ। ଏଠାରେ ମୋଦୀଙ୍କ ସହିତ ନମସ୍ତେ ପ୍ରେସିଡେଣ୍ଟ ଟ୍ରମ୍ପ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଟ୍ରମ୍ପଙ୍କ ପାଇଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବଲିଉଡ ତାରକା ଯୋଗ ଦେବେ। ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ଆଗ୍ରା ପାଇଁ ବାହାରିବେ।
ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଟ୍ରମ୍ପ ଆଗ୍ରାରେ ପହଞ୍ଚିବେ। ଏଠାରେ ତାଜମହଲ ପରିଦର୍ଶନ କରିବା ପରେ ଦିଲ୍ଲୀ ପାଇଁ ବାହାରିବେ।
ଫେବ୍ରୁଆରି ୧୫ ତାରିଖିରେ ଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ସକାଳ ୧୦ଟାରେ ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରାଯିବ। ଏହାପରେ ଟ୍ରମ୍ପ ରାଜଘାଟ ଯାଇଁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ।
ଏହାପରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ଏହାପରେ ଦିଲ୍ଲୀସ୍ଥିତ ସରକାରୀ ସ୍କୁଲ ପରିଦର୍ଶନ କରିବେ ହାପିନେସ୍ କ୍ଲାସରେ ଟ୍ରମ୍ପଙ୍କ ପତ୍ନୀ ପ୍ରାୟ ୨୫ ମିନିଟ ସମୟ ବିତାଇବେ।
ଦିନ ୩ଟାକୁ ଟ୍ରମ୍ପ ୟୁଏଓ୍ ଦୂତାବାସ ପରିଦର୍ଶନରେ ଯିବେ। ଏହାପରେ ରାଷ୍ଟ୍ରପତି ଭବନରେ ରାତିଭୋଜନ କରି ରାତି ୧୦ଟାକୁ ଆମେରିକା ପାଇଁ ବାହାରିବେ।
The post ଟ୍ରମ୍ପଙ୍କ ପାଇଁ ସଜେଇ ହେଉଛି ଅହମ୍ମଦାବାଦରୁ ଆଗ୍ରା – ଜାଣନ୍ତୁ ଟ୍ରମ୍ପଙ୍କ ୪୮ ଘଣ୍ଟିଆ କାର୍ଯ୍ୟକ୍ରମ appeared first on OdishaLIVE.