Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସର୍ବକ୍ଷମା ଆବେଦନ ଅବଧିକୁ ନେଇ ବିଧାନସଭାରେ ହଙ୍ଗାମା  – ମନ୍ତ୍ରୀ କହିଲେ ଆଉ ବଢ଼ିବନି ସମୟ ସୀମା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ବଢ଼ିବନି ସର୍ବକ୍ଷମା ଅବଧି। ଯେଉଁ ଲୋକମାନେ ୨୦ ତାରିଖ ସୁଦ୍ଧା ସର୍ବକ୍ଷମା ପାଇଁ ଆବେଦନ କରିଛନ୍ତି ସେମାନଙ୍କ କଥା ବିଚାରକୁ ନିଆଯିବ। ଏଥିସହିତ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଆବେଦନ ଏଥିପାଇଁ କରିନାହାନ୍ତି ସେମାନଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଗୁରୁବାର ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଆମେ ଏଥିପାଇଁ ବହୁତ ସମୟ ଦେଇସାରିଛୁ। ଏବେ ସର୍ବକ୍ଷମା ଆବେଦନ ପାଇଁ ଆଉ କୌଣସି ସମୟ ଦିଆଯିବ ନାହିଁ। ଯେଉଁମାନେ ଏଥିପାଇଁ ଆବେଦନ କରିନାହାନ୍ତି ସେମାନଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ।”ସହରାଞ୍ଚଳରେ ବିନା ଅନୁମୋଦନରେ ଗୃହ ନିର୍ମାଣ କରିଥିବା ଲୋକମାନଙ୍କୁ ଆଇନ୍ ଅନୁଯାୟୀ ଅନୁମୋଦନ ଦେବା ପାଇଁ ରାଜ୍ୟ ସରକାର ଏହି ‘ସର୍ବକ୍ଷମା’ ଯୋଜନା ଆରମ୍ଭ କରିଥିଲେ। ଶେଷ ମୂହୁର୍ତ୍ତରେ ଏହାର ସମୟସୀମାକୁ ମଧ୍ୟ ବୃଦ୍ଧି କରିଥିଲେ। ଏହାପରେ ମଧ୍ୟ ଅନେକ ଲୋକ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି ବୋଲି କହିଛନ୍ତି ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।ଅନ୍ୟପଟେ ଏହାକୁ ନେଇ ବିଧାନସଭାରେ ମଧ୍ୟ ହଟ୍ଟଗୋଳ ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସର୍ବକ୍ଷମା ଆବେଦନ ଅବଧି ବୃଦ୍ଧି କରିବାକୁ ଗୃହରେ ଦାବି କରିଛନ୍ତି। ସେହିପରି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ମଧ୍ୟ ଠିକ୍ ସେହି କଥା କହିଛନ୍ତି।

ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ସବୁ ଲୋକଙ୍କୁ ସର୍ବକ୍ଷମା ଆବେଦନ ପାଇଁ ସୁଯୋଗ ଦେବା ଉଚିତ୍। ଏପରି ହେଲେ ସରକାରଙ୍କ ରାଜସ୍ୱ ମଧ୍ୟ ବଢ଼ିବ। ଭୁବନେଶ୍ୱର ଓ କଟକରେ ଏବେ ବି ଆହୁରି ଲୋକ ବାକି ରହିଯାଇଛନ୍ତି ବୋଲି ସେ କହିଛନ୍ତି।

The post ସର୍ବକ୍ଷମା ଆବେଦନ ଅବଧିକୁ ନେଇ ବିଧାନସଭାରେ ହଙ୍ଗାମା  – ମନ୍ତ୍ରୀ କହିଲେ ଆଉ ବଢ଼ିବନି ସମୟ ସୀମା appeared first on OdishaLIVE.


Viewing all articles
Browse latest Browse all 11715

Trending Articles