Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଶିବରାତ୍ରୀ ଲାଗି ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି: ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ?

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

 ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ଶୈବ ପୀଠ। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ସମସ୍ୟା ଏଡ଼ାଇବା ପାଇଁ  କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଜାଣନ୍ତୁ କେଉଁ ପଟେ ଯିବେ ଓ କେଉଁଠି କରିବେ ଗାଡ଼ି ପାର୍କିଂ?

ମାଉସୀ ମା’ ଛକ ପଟୁ ଆସୁଥିବା ଚାରି ଚକିଆ ଗାଡ଼ିଗୁଡ଼ିକୁ ରଥ ରୋଡ୍‌କୁ ଛଡ଼ାଯିବ ନାହିଁ। ଉକ୍ତ ଗାଡ଼ିଗୁଡ଼ିକ ବିବେକାନନ୍ଦ ମାର୍ଗରେ ସାନିଟୋରିୟମ୍‌ ଛକ ଦେଇ କେଦାରଗୌରୀ ରାସ୍ତାର ଉଭୟ ପଟେ ପାର୍କିଂ କରିପାରିବେ।

ଭିଆଇପି ଗାଡ଼ିଗୁଡ଼ିକ ରଥ ରୋଡ୍‌ରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ପର୍ଯ୍ୟନ୍ତ ତିନି ମୁଣ୍ଡିଆ ଓ ବଢ଼େଇବାଙ୍କ ଛକ ଦେଇ ଯାଇପାରିବ।

ରବି ଟକିଜ୍‌ ପଟୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ସେଠାରେ ଚାରି ଚକିଆ ଯାନଗୁଡ଼ିକ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରିପାରିବେ। ଦୁଇ ଚକିଆ ଗାଡ଼ି କଚରାପିଣ୍ଡିରୁ କେଟି ତୀର୍ଥ ଗଳିରେ ଯାଇ ଅନନ୍ତ ବାସୁଦେବ ମନ୍ଦିରର ଉଭୟ ପଟେ ପାର୍କିଂ କରିପାରିବେ।

ଗ୍ୟାରେଜ୍‌ ଛକ ଓ ସାମନ୍ତରାପୁର ପଟୁ ଆସୁଥିବା ସମସ୍ତ ଗାଡ଼ି ଇଲେକ୍ଟ୍ରିକ୍‌ ସବ୍‌ ଷ୍ଟେସନ୍‌ ଛକ ଦେଇ ବିଏମ୍‌ସି ମାର୍କେଟ କମ୍ପକ୍ଲେକ୍ସ ପାର୍କିଂ ସ୍ଥାନକୁ ଯିବେ।

କେଉଟ ସାହି ପଟୁ ଆସୁଥିବା ଗାଡ଼ିଗୁଡ଼ିକ କେଦାର ଲେନ୍‌ ତାରିଣୀ ରିସର୍ଟ ଓ ଇଲେକ୍ଟ୍ରିକ୍‌ ସବ୍‌ ଷ୍ଟେସନ୍‌ ଛକ ଦେଇ ବିଏମ୍‌ସି ମାର୍କେଟ କମ୍ପକ୍ଲେକ୍ସକୁ ଯାଇ ପାର୍କିଂ କରିବେ। ଦକ୍ଷିଣ ଚଣ୍ଡି ମନ୍ଦିର ରାସ୍ତା ଓ ତାରାସୁନ୍ଦରୀ ରାସ୍ତା ପଟୁ ଆସୁଥିବା ସମସ୍ତ ଗାଡ଼ି ଏସ୍‌ଏମ୍‌ ହାଇସ୍କୁଲ ଓ ବିଏମ୍‌ସି ଆଇସ୍କୁଲ ପଡ଼ିଆରେ ପାର୍କିଂ କରିବେ।

ପୁନାମା ପଟୁ ଆସୁଥିବା ସମସ୍ତ ୪ ଚକିଆ ଗାଡ଼ିକୁ ଜମ୍ବେଶ୍ୱରପାଟଣା ଛକରୁ ବଢ଼େଇବାଙ୍କ ଆଡ଼କୁ ଛଡ଼ାଯିବ ନାହିଁ।

ସମସ୍ତ ବସ୍‌ଗୁଡ଼ିକ ଇଲେକ୍ଟ୍ରିକ୍‌ ସବ୍‌ ଷ୍ଟେସନ୍‌ ଛକ ଦେଇ ବିଏମ୍‌ସି ମାର୍କେଟ କମ୍ପକ୍ଲେକ୍ସକୁ ଦେଇ ଯିବେ। କେବଳ ଭିଆଇପି ଗାଡ଼ିଗୁଡ଼ିକ ମନ୍ଦିର ଉତ୍ତର ଉତ୍ତର ଦ୍ୱାର ସମ୍ନାରେ ରଥ ଖଳା ଓ ବଢ଼େଇବାଙ୍କ ମଧ୍ୟରେ ପାର୍କିଂ କରିପାରିବେ।

ଏହି ଟ୍ରାଫିକ କଟକଣା ଗୁରୁବାର ରାତି ୨ରୁ ଲିଙ୍ଗରାଜ ମନ୍ଦିର ମହାଦ୍ୱୀପ ଉଠିବା ଯାଏଁ ଲାଗୁ କରାଯିବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି।

The post ଶିବରାତ୍ରୀ ଲାଗି ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି: ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles