Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସିଲ ହେଲା ପଟିଆ ବିଗ୍‌ ବଜାର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ପଟିଆ ବିଗ୍‌ ବଜାର ବିଲ୍‌ଡିଂକୁ ସିଲ୍‌ କଲା ବିଏମ୍‌ସି। ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ଏହାର ନିର୍ମାଣ କରାଯାଇଥିବାରୁ ଏହି ସପିଂ ମଲକୁ ସିଲ୍ କରାଯାଇଛି।

ଆଜି ସକାଳୁ ବିଏମ୍‌ସି କମିସନର, ରେଭେନ୍ୟୁ ବିଭାଗର କମିସନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ପଟିଆ ବିଗ୍‌ ବଜାରକୁ ସିଲ୍‌ କରିଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ମଲ୍ ଚାଲୁଥିବା କୋଠାଟିର ମାଲିକ ଜିତେନ୍ଦ୍ର ପ୍ରସାଦ ସିଂଙ୍କୁ ସିଲିଂ ସଂପର୍କିତ ନୋଟିସ୍ ଦିଆଯାଇଥିଲା। ଏଥିସହ ବିଏମସି ପକ୍ଷରୁ ଏହି ସୂଚନା ସ୍ଥାନୀୟ ଥାନାକୁ ମଧ୍ୟ ଦିଆଯାଇଥିଲା। ଏହି ମଲ୍ ଥିବା ଅଟ୍ଟାଲିକାରେ ଅଣଅଧିକୃତ ନିର୍ମାଣ କରାଯାଇଥିବାରୁ ଏପରି ପଦକ୍ଷେପ ନିଆଯାଇଥିବ‌ା ଏହି ନୋଟିସରେ ଦର୍ଶାଯାଇଛି।

ସରକାର ପାର୍କିଂ ଜାଗା ନଥିବା ସଂସ୍ଥାକୁ  ଯାଞ୍ଚ କରିବାକୁ ସ୍କ୍ଵାଡ ଗଠନ କରିବାକୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)କୁ ନିର୍ଦ୍ଦେଶ ଦେଇ ଥିଲେ। ଏମିତିକି ପାର୍କିଂ ବ୍ୟବସ୍ଥା ନଥିବା ବିଭିନ୍ନ ମଣ୍ଡପକୁ ବନ୍ଦ କରିଥିଲା ବିଏମ୍‌ସି।

The post ସିଲ ହେଲା ପଟିଆ ବିଗ୍‌ ବଜାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles