Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଧାନସଭାରେ ମିଳୁନି ସଠିକ୍ ଉତ୍ତର – ମନ୍ତ୍ରୀଙ୍କୁ ଘେରିଲେ ଶାସକ ଓ ବିରୋଧୀ ସଭ୍ୟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭାରେ ପ୍ରଶ୍ନ ପଚରା ଯାଉଛି ଗୋଟେ, ହେଲେ ଉତ୍ତର ମିଳୁଛି ଆଉ ଗୋଟେ। ଏହାକୁ ନେଇ ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଛି। ବିରୋଧୀ ଦଳ ସରକାରଙ୍କୁ ଏହି ପ୍ରସଙ୍ଗକୁ ନେଇ ଘେରିଥିଲେ।

ଆଜି ବିଧାନସଭାରେ ଓଡ଼ିଶା ଭାଷାକୁ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ ପଚାରିଥିଲେ ଯେ, ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ପରେ କାହିଁକି କେନ୍ଦ୍ରୀୟ ଅନୁଦାନ ଆସୁନାହିଁ ଏବଂ ରାଜ୍ୟ ସରକାର କାହିଁକି ଆବେଦନ କରୁ ନାହାନ୍ତି?

ଏହି ପ୍ରଶ୍ନର ଉତ୍ତର ରଖିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ହେଲେ ମନ୍ତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଶାସକ ସଭ୍ୟ ରାଜେନ୍ଦ୍ର ସାହୁ ଏବଂ କିଶୋର ମହାନ୍ତି ଏହାକୁ ନେଇ ବର୍ଷିଥିଲେ। ମନ୍ତ୍ରୀମାନେ ସଠିକ୍‌ ଉତ୍ତର ଦେଉ ନଥିବା ଅଭିଯୋଗ କରିଥିଲେ।

ଧାନର ମାନକୁ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ହେଲେ ଯୋଗାଣ ମନ୍ତ୍ରୀ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ଶୂନ୍ୟକାଳରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ବିମୁଖତାକୁ ନେଇ ବର୍ଷିଥିଲେ।

The post ବିଧାନସଭାରେ ମିଳୁନି ସଠିକ୍ ଉତ୍ତର – ମନ୍ତ୍ରୀଙ୍କୁ ଘେରିଲେ ଶାସକ ଓ ବିରୋଧୀ ସଭ୍ୟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles